ଯୋଡ଼ା, ୧୦/୦୧(ପାଇକପୁଅ) ପାରିପାର୍ଶ୍ୱିକ ଅଞ୍ଚଳବାସୀଙ୍କ ସହ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଜିନ୍ଦଲ ଷ୍ଟିଲ ପକ୍ଷରୁ ନୂତନ ବର୍ଷ ଅବସରରେ ଜନ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଡ଼ବିଲ ପେଲେଟ ପ୍ଲାଣ୍ଟ, କାଶିଆ ଆଇରନ ଓ ଡୋଲୋମାଇଟ ମାଇନ୍ସ ଓ ରୋଇଡା-I ମାଇନ୍ସ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଗ୍ରାମ ମୁଖିଆ, ସରପଞ୍ଚ, ସମିତିସଭ୍ୟ ଓ ସମାଜସେବୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଦେଓଝରରେ ଆୟୋଜିତ ଜନସମ୍ପର୍କ କାର୍ଯ୍ୟକ୍ରମରେ ଦେଓଝର ସମିତି ସଭ୍ୟ ଶ୍ରୀମତୀ ଲକ୍ଷ୍ମୀ ମୁଣ୍ଡା, ଦେଓଝର ନାଏବ ସରପଞ୍ଚ ଶ୍ରୀମତୀ କାଦମ୍ବିନୀ ନାଏକ, କଣ୍ଡରା ସମିତି ସଭ୍ୟ ସୋମନାଥ ମହାନ୍ତ, ବୀରକଳା ସମିତି ସଭ୍ୟ ଜ୍ଞାନରଞ୍ଜନ ଖୁଣ୍ଟିଆ, ଦେଓଝରର ପୂର୍ବତନ ସମିତି ସଭ୍ୟ, ଶ୍ରୀ ଯୁଧିଷ୍ଠିର ପଲେଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବୀରବର ନାଏକ, ପୂର୍ବତନ ସରପଞ୍ଚ ଶ୍ରୀ ମଙ୍ଗଳ ମୁଣ୍ଡା, ଦୋଳଗୋବିନ୍ଦ ନାଏକ ଓ ଜନାର୍ଦ୍ଦନ ନାଏକ ପ୍ରମୁଖ ଯୋଗଦେଇଥିଲେ।
ସେହିପରି ସମାଜସେବୀ ଶ୍ରୀ ତ୍ରିଲୋଚନ ପଲେଇ, ଶ୍ରୀ କାଳୀଚରଣ ମୁଣ୍ଡା, ଶ୍ରୀ ପାଣ୍ଡିଆ ମୁଣ୍ଡା, ଶ୍ରୀମତୀ ବିଳାସିନୀ ନାଏକ, ଶ୍ରୀ ଅର୍ଜୁନ ମୁଣ୍ଡା, ଶ୍ରୀ ପ୍ରଫୁଲ୍ଲ ନାଏକ ପ୍ରମୁଖ ଯୋଗଦେଇଥିଲେ। ଏହା ସହିତ ଶିଆଳିଯୋଡ଼ା, ଦେଓଝର, କଣ୍ଡରା, ଗୋବର୍ଦ୍ଧନପୁର ଓ ଅଁଶେଇକଳା ସମେତ ଅନେକ ଗ୍ରାମର ପ୍ରମୁଖ ବ୍ୟକ୍ତି ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଜିନ୍ଦଲ ଷ୍ଟିଲର ବିକେଟିଆର କ୍ଲଷ୍ଟର ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର, ବଡ଼ବିଲ ୟୁନିଟ ହେଡ୍ ଶ୍ରୀ ପୁରୁଷୋତ୍ତମ ଏମ ଡି, ଏଚଆର ଏଣ୍ଡ ଇଏସ ମୁଖ୍ୟ ଶ୍ରୀ ବିପିନ ବିହାରୀ ପ୍ରଧାନ, ସିଏସଆର ହେଡ୍ ଶ୍ରୀ ଭର୍ଜିଲ ଲାକ୍ରା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଗ୍ରାମବାସୀ, ଜନପ୍ରତିନିଧି ଓ ସମାଜସେବୀଙ୍କ ସହ ବିଭିନ୍ନ ପ୍ରସଂଗରେ ଆଲୋଚନା କରିଥିଲେ।
ସେହିପରି ଜିନ୍ଦଲ ଷ୍ଟିଲ ବିକେଟିଆର କ୍ଲଷ୍ଟର ହେଡଙ୍କ ନେତୃତ୍ୱରେ କାଶିଆ ମାଇନ୍ସ ଓ ରୋଇଡା- I ମାଇନ୍ସର ପାରିପାର୍ଶ୍ୱିକ ଅଞ୍ଚଳର ଜନପ୍ରତିନିଧି, ସମାଜସେବୀ ଓ ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସେରେଣ୍ଡା ସରପଞ୍ଚ ଶ୍ରୀମତୀ ସୁସ୍ମିତା ସିଦ୍ଦୁ, ଭଦ୍ରାସାହି ସରପଞ୍ଚ ଶ୍ରୀମତୀ ପ୍ରମିଳା ନାଏକ ଓ ଭୂୟାଁରୋଇଡ଼ା ସରପଞ୍ଚ ଶ୍ରୀମତୀ ତୁଳସୀ ବୋବାଙ୍ଗା ଯୋଗଦେଇ ସୁଚିନ୍ତିତ ମତ ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସେରେଣ୍ଡା ସମିତି ସଭ୍ୟ ଶଙ୍କର ଚଟମ୍ବା, ଭଦ୍ରାସାହି ସମିତି ସଭ୍ୟ ଯଶବନ୍ତ ପାତ୍ର ଓ ଓ୍ୱାର୍ଡ ମେମ୍ବର ଶ୍ରୀ ଭାଗବତ ପଲେଇଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ଜୟନ୍ତୀ ବନରା, ସମାଜସେବୀ ଶ୍ରୀ ମଦନ ବେହେରା, ଶ୍ରୀ କୁବେର ପଲେଇ, ଶ୍ରୀ ପୁରୁଷୋତ୍ତମ ବାରିକ, ଶ୍ରୀ ସୁନୀଲ ଦତ୍ତ, ଶ୍ରୀ ବିପିନ ନାଏକ, ଶ୍ରୀ ସଞ୍ଜୟ ପାତ୍ର, ଶ୍ରୀ ନିଶିକାନ୍ତ ପଲେଇ ଶ୍ରୀ ସଞ୍ଜୀବ ପଲେଇ ଓ ଶ୍ରୀ ଗୌତମ ପଲେଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ସମସ୍ତେ ଜିନ୍ଦଲ ଷ୍ଟିଲକୁ ପ୍ରଶଂସା କରିଥିଲେ। ଏହା ସହିତ ପାରିପାର୍ଶ୍ୱିକ ଅଞ୍ଚଳରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ସମସ୍ତେ କୃତଜ୍ଞତା ଜଣାଇଥିଲେ।
