କୋଣାର୍କ, ୦୯/୦୧(ଗଙ୍ଗାଧର ବେଉରା) ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ମା ଭଗବତୀ ପୀଠରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ଶାଖାର ସଭାପତି ଶରତ ଚନ୍ଦ୍ର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଶରତ ଚନ୍ଦ୍ର ବେହେରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ। ସମାଜର ବିକାଶର ବାହାକ ହେଉଛନ୍ତି ଗଣମାଧ୍ୟମ ।ସାମ୍ବାଦିକ ମାନେ ନିର୍ଭୀକ ହୋଇ ନିରପେକ୍ଷ ଭାବରେ ଖବର ପରିବେଷଣ କରି ବିକଶିତ ଓ ଭ୍ରଷ୍ଟାଚାର ମୁକ୍ତ ଗଠନରେ ବ୍ରତୀ ହେବା ଜରୁରୀ ବୋଲି ମୁଖ୍ୟ ଅତିଥି ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ।

ଏହି ସାଧାରଣ ପରିଷଦ ଓ ବନ୍ଧୁ ମିଳନ କାର୍ଯ୍ଯକ୍ରମରେ ଅନ୍ଯମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ଉପ ସଭାପତି ପରମାନନ୍ଦ ମିଶ୍ର,ପୁରୀ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟର ମହିଳା ଆଇନ ସହାୟତା କେନ୍ଦ୍ର ନିର୍ଦ୍ଦେଶିକା ଜୟଶ୍ରୀ ମହାପାତ୍ର, ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପୁରୀ ଶାଖାର ମୁଖ୍ୟ ଉପଦେଷ୍ଟା ପ୍ରତାପ ଚନ୍ଦ୍ର ପରିଡା, ଜିଲ୍ଲା ଶାଖାର ଶୃଙ୍ଖଳା କମିଟି ଅଧ୍ୟକ୍ଷ ଜଗନ୍ନାଥ ବେହୁରା ପ୍ରମୁଖ ଯୋଗ ଦେଇ କୃତ୍ରିମ ବୁଦ୍ଧିମତ୍ତାର ଉପାଦେୟତା ଓ ସାମ୍ବାଦିକ ସୁରକ୍ଷା ଏବଂ ଏହା ଉପରେ ଏଆଇର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶାଖାର କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ଭାଗୀରଥୀ ସ୍ଵାଇଁ, ବରିଷ୍ଠ ସମ୍ଭକାର ଲଳିତେନ୍ଦୁ ପଲାଉରୀ, ସତ୍ଯ ଖବର ସାମ୍ବାଦିକ ଅକ୍ଷୟ କୁମାର ନାୟକ, ମହେଶ୍ବର ସାମଲ ଓ ଜିଲ୍ଲା ଶାଖାର କୋଷାଧ୍ୟକ୍ଷ ବିଚିତ୍ର ଓଝା ସମେତ ୧୫ରୁ ଉର୍ଦ୍ଧ୍ବ ସାମ୍ବାଦିକ ମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶାଖାର ସାଧାରଣ ସମ୍ପାଦକ ଜ୍ୟୋତି ଶଙ୍କର ଦାଶ ସଂପାଦକୀୟ ବିବରଣୀ ପାଠ ଓ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଅରୁଣ କୁମାର ବିଶ୍ବାଳ, ହାପି ପାତ୍ର, ଅଲେଖ ବିଶ୍ବାଳ, ଗଣେଶ ଚନ୍ଦ୍ର ବେହେରା, ତାରକେଶ୍ବର ବରାଳ, ପ୍ରଶାନ୍ତ ଜେନା ପ୍ରମୁଖ ପରିଚାଳନା କରିଥିଲେ।
