କାଲିମେଳା,୦୬/୦୧:(ସନ୍ତୋଷ କୁମାର ପଣ୍ଡା):ନୂଆ ବର୍ଷର ଆରମ୍ଭରେ ମାଲକାନଗିରି ଜିଲ୍ଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଥିବା ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଟାଗୋରକୋଟା ପାହାଡ଼ ଶିଖରରେ ନୂତନ ନିର୍ମାଣଧୀନ ମହାଦେବ ଶିବଙ୍କ ବିଶାଳ ମୂର୍ତି ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ସାଜିଛି ସୁଉଚ୍ଚ ପାହାଡ଼ ଉପରେ ଧ୍ୟାନମଗ୍ନ ଅବସ୍ଥାରେ ଶିବଙ୍କ ବିଶାଳ ମୂର୍ତ୍ତି ବହୁ ଦୂରରୁ ଦେଖାଯାଉଛି। ପ୍ରକୃତିର ସୌନ୍ଦର୍ଯ୍ୟ ସହିତ ମହାଦେବଙ୍କ ମୂର୍ତ୍ତି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଜିଲ୍ଲା ପ୍ରଶାସନର ପର୍ଯ୍ୟଟନ ବିକାଶ ଯୋଜନା ଅନ୍ତର୍ଗତ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂର୍ବତନ ବିଡିଓ ଉମାଶଙ୍କର ଦଳେଇଙ୍କ ଦ୍ୱାରା ଆରମ୍ଭହୋଇଥିବା ଏହି ପ୍ରକଳ୍ପ ବର୍ତମାନ ହଜାର ହଜାର ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି। ଏହି ମହାଦେବଙ୍କ ମୂର୍ତ୍ତି ଦେଖିବା ପାଇଁ ମାଲକାନଗିରି ଜିଲ୍ଲା ସହ ଅନ୍ୟ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକ ଆସିବା ସହ ଏଠାରେ ଫୋଟୋ ଏବଂ ସେଲ୍ଫି ନେଇ ବହୁତ ଆନନ୍ଦିତ ହେବା ଦେଖିବା ପାଇଁ ମିଳୁଛି।
