କୋଣାର୍କ, ୦୫/୦୧(ପାଇକପୁଅ)କୋଣାର୍କ ମାଧିପୁର ସ୍ଥିତ ସ୍ୱର୍ଣ୍ଣଲତା ନର୍ସିଂ ସ୍କୁଲ ଆଣ୍ଡ କଲେଜର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷର
୧୦୦ରୁ ଉର୍ଦ୍ଧ ଜିଏନଏମ ନର୍ସିଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପ୍ରାଟିକାଲ ପରୀକ୍ଷା ଶେଷ ହୋଇଥିବା ଜଣାପଡିଛି।ଓଡ଼ିଶାର ପ୍ରତ୍ୟକ ଜିଲ୍ଳାର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ମାନେ ଏହି ବିଦ୍ୟାଳୟରେ ଆଡିମିଶନ କରି ଜିଏନଏମ ନର୍ସିଙ୍ଗ ଶିକ୍ଷା ଅଧ୍ୟୟନ କରୁଥିବା ବେଳେ ସୋମବାର ଦିନ ପ୍ରାଟିକାଲ ପରୀକ୍ଷା ଶେଷ ହୋଇଛି।ଏହି ପରୀକ୍ଷାରେ ମନସ୍ୱନି ପୃଷ୍ଟି ପରିଦର୍ଶକ ଭାବରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ଦକ୍ଷତା ପରୀକ୍ଷଣ କରାଇଥିଲେ।ସ୍ବର୍ଣ୍ଣଲତା ନର୍ସିଙ୍ଗ କଲେଜ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ମାନେ ଦେୟମୁକ୍ତ ଭାବେ ଶିକ୍ଷା ଦାନ କରୁଥିବା ଜଣାପଡିଛି।୨୦୧୧ ମସିହାରୁ ଏହି ଅନୁଷ୍ଠାନଟି କୋଣାର୍କ ସ୍ଥିତ ମାଧିପୁର ଛକରେ ଅବସ୍ଥିତ ରହି ସ୍ବାସ୍ଥ୍ୟ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଢିବାରେ ସହାୟତା ପ୍ରଦାନ କରିଆସୁଅଛି।ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଅଚିନ୍ତ୍ୟ ରାଧାକୃଷ୍ଣ ମହାନ୍ତିଙ୍କ ସମେତ ଅଧ୍ୟକ୍ଷା ସସ୍ମିତା ସ୍ୱାଇଁ ତଥା ସହକର୍ମଚାରୀ ଭାଗ୍ୟଲକ୍ଷ୍ମୀ ଜେନା, ଶ୍ରାବଣୀ ନାୟକ, ଅନିତା ରାଣୀ ବେହେରା, ଅନନ୍ୟା ପାଣି, ସ୍ୱାଗତିକା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ଦକ୍ଷତା ପରୀକ୍ଷଣକୁ ସୂଚାରୂପେ ପରିଚାଳନା କରିଥିଲେ। ଆଗାମୀଦିନରେ ସ୍ବାସ୍ଥ୍ୟ କ୍ଷେତ୍ରରେ ନିଜର ଭବିଷ୍ୟତ ଗଢି ତୋଳିବା ପାଇଁ ଇଛୁକ ଥିବା ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା ସହିତ କର୍ମ କ୍ଷେତ୍ରର ସୁଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀଯୁକ୍ତ ମହାନ୍ତି ମତପ୍ରକାଶ କରିଅଛନ୍ତି।
