ବାରିପଦା,୦୫/୦୧(ପାଇକପୁଅ)ଷ୍ଟେସନ ଆଥେଲେଟିକ ଆସୋସିଏସନ୍ ,ଷ୍ଟେସନ ବଜାର, ବାରିପଦା ଆନୁକୁଲ୍ୟରେ ଆୟୋଜିତ ଏକାଦଶ ବାର୍ଷିକ ରୟାଲ୍ସ୍ ପ୍ରିମୀୟର ଲିଗର ୩ୟ ଦିନରେ ମଧ୍ୟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବା କାଶୀନାଥ ରଣା ଓ ସମ୍ମାନିତ ଅତିଥି ଭାବେ ବାରିପଦା କ୍ରିକେଟ ଏକାଡେମୀର ସମ୍ପାଦକ ସୁଶାନ୍ତ ଦାସ, ଏ ପି ଟ୍ରେଡ଼ର ମାଲିକ ଅଯୋଧ୍ୟା ପୂର୍ତ୍ତି ଯୋଗଦେଇ ଆଜିର ଖେଳକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଲିଗର ସଭାପତି ସଞ୍ଜୀବ ଦ୍ବିବେଦୀ, ଷ୍ଟେସନ ଏଥଲେଟିକ ଏସୋସିଏସନର ଉପ ସଭାପତି ଆଦିତ୍ୟ ଦଣ୍ଡପାଟ, କ୍ରିକେଟ ସମ୍ପାଦକ ରାମେଶ୍ବର ମାଝୀ ଏବଂ କ୍ଲବର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପ୍ରଥମ ମ୍ୟାଚରେ ଜଗନ୍ନାଥ ୱରିୟାର୍ ୭ ଉଇକେଟରେ ଏମାରଜିଙ୍ଗ ଟାଇଟନ ଦଳକୁ ପରାସ୍ତ କରିଥିଲା।ଯଶୋବନ୍ତ ମାଝୀ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।୨ୟ ମ୍ୟାଚରେ ପରି ଚ୍ୟାଲେଞ୍ଜର ୭ ଉଇକେଟରେ ଆଞ୍ଜେଲ ରଣା ଦଳକୁ ପରାସ୍ତ କରିଥିଲା।ଅଭିଜିତ ବାରିକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।୩ୟ ମ୍ୟାଚରେ ମା ଅମ୍ବିକା ସୁପର ସ୍ମାସାର ଦଳ ୯ ରନରେ ଭି ରୋର ଦଳକୁ ପରାସ୍ତ କରିଥିଲା। ପ୍ରୀତିଦେବ ଜେନା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ୪ର୍ଥ ମ୍ୟାଚରେ ମା ତାରିଣୀ ୱରିୟାର ୧୧ ରନରେ ଥ୍ରୀଲୋର ଦଳକୁ ପରାସ୍ତ କରିଥିଲା।ରଥୁ ନାୟକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।ଲକ୍ଷ୍ମୀଧର ସିଂ, ପ୍ରସନ୍ନଜିତ ମହାନ୍ତି, ଅବିନାଶ କଲିଆ ଓ ତାପସ ଦେ ଖେଳ ପରିଚାଳନା କରିଥିବା ବେଳେ ସ୍କୋରିଙ୍ଗରେ ବିଭୁ ଓ ମ୍ୟାଚ ରେଫେରୀ ଭାବେ ରାଜେଶ ସାହୁ ସହଯୋଗ କରିଥିଲେ।ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ।
