କୋଣାର୍କ, ୦୪/୦୧(ପାଇକପୁଅ)ଚନ୍ଦ୍ରଭାଗା ଉନ୍ନତି କରଣ କାର୍ଯ୍ୟ ନିମନ୍ତେ ସେଠାରେ ଥିବା କରମଙ୍ଗା – ଶ୍ରିକଣ୍ଠପୁର ଇଡିସି ର ଶୌଚାଳୟ ରବିବାର ସକାଳେ ଉଚ୍ଛେଦ କରାଯାଇଥିବା ଜଣାପଡିଛି। ସୂଚନାରୁ ଜଣାପଡେକି ଚନ୍ଦ୍ରଭାଗା ଠାରେ ଥିବା ଖାତା ନଂ -୨୯୮ ପ୍ଲଟ ନଂ -୧୬୫୯ର ୨୦ଡିସିମିଲି ଜାଗା ଉପରେ ବନ ବିଭାଗ ପକ୍ଷରୁ ନିର୍ମିତ ତଥା କରମଙ୍ଗା – ଶ୍ରିକଣ୍ଠପୁର୍ ଜଙ୍ଗଲ ସୁରକ୍ଷା ସମିତି ଦ୍ବାରା ପରିଚାଳିତ ଶୌଚାଳୟକୁ ରବିବାର ଦିନ ଚନ୍ଦ୍ରଭାଗା ଉନ୍ନୟନ କାର୍ଯ୍ୟ କଳ୍ପେ ଉଚ୍ଛେଦ କରାଯାଇଅଛି।ଦୀର୍ଘ ଦିନଧରି ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟ କରାଯାଇଥିବା ବେଳେ ସୁରକ୍ଷା କମିଟି ପକ୍ଷରୁ ବିକଳ୍ପ ଥଇଥାନ ପାଇଁ ଦାବୀ ହେଇଆସୁଥିଲା।ହେଲେ ରବିବାର ଦିନ ପ୍ରଶାସନ ପକ୍ଷରୁ ଏହି ଶୌଚାଳୟକୁ ଉଚ୍ଛେଦ କରାଯାଇଅଛି। ଘଟଣା ସ୍ଥଳରେ ଉତେଜନା ଥିବା ଲକ୍ଷ କରି ନିମାପଡା ଏସଡିପିଓ ଜନାର୍ଦ୍ଦନ ପାଢିଙ୍କ ସମେତ ଗୋପ ତହସିଲଦାର ,ଉପ ତହସିଲଦାର କୋଣାର୍କ ଥାନା ଅଧିକାରୀ ଓ ଏକ ପ୍ଳାଟୁନ ଫୋର୍ସ ମୁତୟନ ରହି ତିନୋଟି ଜେସିଵି ଲଗା ଯାଇ ଉଚ୍ଛେଦ କରାଯାଇଥିଲା।ଏହି ଉଚ୍ଛେଦକୁ ନେଇ ଜଙ୍ଗଲ ସୁରକ୍ଷା କରୁଥିବା ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଆଗାମୀ ମାଘ ସପ୍ତମୀ ସମୟରେ ପ୍ରଶାସନକୁ ଅସହଯୋଗ କରିବେ ବୋଲି ମତବ୍ୟକ୍ତ କରିଛନ୍ତି।ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଗତକାଲି ଶନିବାର ରାତିରେ ଉଚ୍ଛେଦ ପାଇଁ ନୋଟିସ ମାରି ତରବରିଆ ଭାବେ ରବିବାର ଦିନ ଉଚ୍ଛେଦ କଣ ପାଇଁ କରାଗଲା।ଆମକୁ ସମୟ ଦିଆନଯାଇ ଜିନିଷପତ୍ର ନଷ୍ଟ କରାଗଲା। ଫରେଷ୍ଟ ଅଧିକାରୀ ଆମକୁ ଜାଗା ଦେଇଥିଲେ। ଗ୍ରାମର ଉନ୍ନତି କାର୍ଯ୍ୟ ପାଇଁ ଏହା ବିନିଯୋଗ ହେଉଥିଲା। ଅନ୍ୟପଟେ ରାଜରାସ୍ତା ମଝିରେ ଦୋକାନ ସହ ରାସ୍ତା ଉପରୁ ଭଡା ଆଦାୟ କରାଯାଉଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ବେଳେ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟକୁ ଆମ୍ଭେ ସହଯୋଗ ପାଇଁ ପ୍ରସ୍ତୁତ ଥିବା ବେଳେ ଆମକୁ ପ୍ରଶାସନ ପକ୍ଷରୁ ସହଯୋଗ ନମିଳିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସୁରକ୍ଷା ସଭାପତି ମତବ୍ୟକ୍ତ କରିଅଛନ୍ତି।ଯଦି ଆସନ୍ତା ମାଘମେଳା ପୂର୍ବରୁ ପୁରୀ ଜିଲ୍ଲାପ୍ରଶାସନ ଆମ୍ଭମାନଙ୍କୁ ଶୌଚାଳୟ ପାଇଁ ଜାଗା ନଦୀୟନ୍ତି ତାହାଲେ ଆମ ପ୍ରଶାସନକୁ ମାଘ ମେଳାରେ ସହଯୋଗ କରିବୁ ନାହିଁ।
