କୋଣାର୍କ, ୦୩/୦୧(ପାଇକପୁଅ)ପର୍ଯ୍ୟଟନ ଋତୁ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକ ମାନଙ୍କ ଭୀଡ଼ ପରିଲକ୍ଷିତ ହେଉଛି।ଏହି ଭୀଡର ସୁଯୋଗ ନେଇ କିଛି ଲୁଟେରା ତାଙ୍କ ଉଦ୍ଦେଶ୍ୟ ସଫଳ କରିବାରେ ଲାଗିପଡିଛନ୍ତି।ଏପରି ଏକ ଘଟଣା ଶନିବାର ପୂର୍ବାହ୍ନରେ ସୂର୍ଯ୍ୟମନ୍ଦିର ପରିସରରେ ଘଟିଯାଇଛି।କିଛି ନାବାଳକ ଲୁଟେରା ପର୍ଯ୍ୟଟକ ମାନଙ୍କ ମୋବାଇଲ ଲୁଟ କରି କୋଣାର୍କ ପୋଲିସ ହାତରେ ଧରାପଡିଥିବା ଜଣାପଡିଛି। ଗୋଟିଏ ଦିନରେ ୪ଜଣ ପର୍ଯ୍ୟଟକଙ୍କ ଠାରୁ ୪ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି।ସୂଚନାରୁ ଜଣାପଡେକି ଶନିବାର ପୂର୍ବାହ୍ନରେ ଛତିଶଗଡ଼ର ଜଣେ ପର୍ଯ୍ୟଟକ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲୁଥିବା ବେଳେ ତାଙ୍କ ଆଇଫୋନଟିକୁ ଚୋରି କରି ନେଉଥିବା ୨ଜଣ ଅଣଓଡ଼ିଆ ନାବଳକ ପର୍ଯ୍ୟଟକ ମାନଙ୍କ ଦ୍ଵାରା ଧରାପଡ଼ିଥିଲେ।ସେମାନଙ୍କ ଠାରୁ ପର୍ଯ୍ୟଟକଙ୍କ ମୋବାଇଲ ଫୋନ ଉଦ୍ଧାର କରି ଫେରାଇଦିଆ ଯାଇଥିଲା ସଂପୃକ୍ତ ନାବାଳକ ମାନଙ୍କୁ କୋଣାର୍କ ପୋଲିସ ଜିମା ଦିଆଯାଇଥିଲା।ହେଲେ ଏପରି କାର୍ଯ୍ୟରେ ନାବାଳକ ମାନଙ୍କୁ ନିୟୋଜିତ କରୁଥିବା ମାଷ୍ଟର ମାଇଣ୍ଡି ଧରା ପଡିନଥିବା ଶୁଣିବାକୁ ମିଳିଛି।ଥାନାରେ ଅଟକ ଥୂବା ନାବାଳକଙ୍କୁ ପଚରାଉଚରା କରୁଛି କୋଣାର୍କ ପୁଲିସ । ଏମାନେ ପୁରୀରେ ରହୁଥିବାବେଳେ ଏଠାକୁ ଆସି ପର୍ଯ୍ୟଟକମାନଙ୍କୁ ଟାର୍ଗେଟ କରି ମୋବାଇଲ ଲୁଟ କରି କୌଶଳର ସହିତ ଖସିଯାଇଥାନ୍ତି।
