ବାରିପଦା, ୦୨/୦୧(ପାଇକପୁଅ)ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ଜାତୀୟ ରାଜପଥ ୨୨୦ର ରାଣୀ ବନ୍ଧ ନିକଟରେ ରାଇରଙ୍ଗପୁର ରୁ ଶ୍ରୀ ଦୁର୍ଗା ନାମକ ଏକ ଯାତ୍ରୀବାହୀ ବସ ଯଶୀପୁର ଆଡ଼କୁ ଯାଉଥିବା ବେଳେ ସମ୍ମୁଖ ପଟରୁ ତିନି ଜଣ ଯୁବକ ଏକ ବାଇକରେ ଆସୁଥିବା ବେଳେ ଏକ ଟ୍ରକକୁ ଓଭର ଟେକ କରିବାକୁ ଯାଇ ବସରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି।ବାଇକ ଚାଳକ ବାଇକ ସହିତ ବସ ତଳେ ପଶି ଘୋଷାଡି ହୋଇ ଲାଗି ରହିଥିବା ବେଳେ, ଘଟଣା ସ୍ଥଳରେ ତିନି ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇ ଯାଇଛି।ତେବେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ କୁ ନେଇଥିବା ବେଳେ ସେଠାରେ ଡାକ୍ତର ତିନିଜଣ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଯୁବକ ମାନଙ୍କର ସଠିକ ପରିଚୟ ମିଳି ପାରି ନଥିବା ବେଳେ ଜଣେ ତିରିଂ ଥାନା ଅନ୍ତର୍ଗତ ଡାଳିମା ଅଞ୍ଚଳର ବିକାଶ ବେହେରା ଏବଂ ଅନ୍ୟ ଦୁଇଜଣ ଯୁବକ ଝାଡ଼ଖଣ୍ଡ ରାଜ୍ୟର ଆଦିତ୍ୟପୁର ଅଞ୍ଚଳର ବୋଲି ଜଣାଯାଇଛି।ପୋଲିସ ଏବାବଦରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
