ମାଲକାନଗିରି,୨୯/୧୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଗ୍ରାମପଞ୍ଚାୟତ କୁମ୍ଭାରଗୁଡା ଗ୍ରାରେ ରବିବାର ଠାରୁ ମା ଗାୟତ୍ରୀ ପଞ୍ଚକୁଣ୍ଡିୟ ମହାଯଂଜ୍ଞ ନିମନ୍ତେ ଗ୍ରାମରେ ଭକ୍ତି ମୟ ପରିବେଶ ଦେଖିବାକୁ ମିଳିଛି। ରବିବାର ଦିବା ୧୧ଘଣ୍ଟିକା ସମୟରେ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଶୋଭା ଯାତ୍ରାରେ ଆସି କୋରୁକୋଣ୍ଡା ନିକଟ ଜଳେଶ୍ୱର ଘାଟରୁ ଜଳ ଉଠାଇ କଳସ ଯାତ୍ରା ମାଧ୍ୟମରେ ଯାଇ ଯଜ୍ଞ ମଣ୍ଡପରେ ସ୍ଥାପନା କରିଥିଲେ। ଆଜି ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦର ବ୍ୟବସ୍ତା କରାଯାଇଥିବା ବେଳେ ସନ୍ଧ୍ୟାରେ ଆଡମୁଣ୍ଡାରୁ ଆସିଥିବା ଗାୟତ୍ରୀ ପରିବାର ପ୍ରବଚକ ରୁକଧର କୁମ୍ଭାରଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଜି ପ୍ରାତଃ ସମୟରେ ମଣ୍ଡପ ସାଜସଜ୍ଜା କରିବା ସହତ ଯଜ୍ଞ୍କାର୍ଯ୍ୟ କାର୍ଯ୍ୟ ଆରମ୍ଭ କାରାଯାଇଥିଲା। ଆଜି ମଧ୍ୟ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ସନ୍ଧ୍ୟାରେ ପ୍ରବଚନ ସହିତ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ରହିଥିଲା। ଏହି ଅବସରରେ ଅଞ୍ଚଳର ବହୁ ଭକ୍ତ ସମାଗମ ହେବାର ଦେଖିବାକୁ ମିଳିଥିଲା। କୁମ୍ଭାରଗୁଡ଼ାର ପ୍ରାୟ ୯ ପରିବାର ମା ଗାୟତ୍ରୀଙ୍କ ଦୀକ୍ଷାରେ ଦୀକ୍ଷିତ ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ପରିବାର ଅଧିକରୁ ଅଧିକ ପରିବାର ମା ଗାୟତ୍ରୀ ପାରିବାରରେ ଯୋଗ ଦେବେ ବୋଲି ପରିବାରର ସୋମନାଥ କୁମ୍ଭାର, ଦଶରଥ ହାଲବା, ଜୟ ମାଡ଼କାମୀ, ଲଷ୍ମଣ ଗୌଡ଼, ମଙ୍ଗଳା କୁମ୍ଭାର, ସମାରୀ କୁମ୍ଭାର, ଶାନ୍ତି ଗୌଡ଼, ତ୍ରିନାଥ ଗୌଡ଼, ମଲି ହାଲବା କହିଥିଲେ। ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଗୋବିନ୍ଦ ପାତ୍ର, ଜଗନ୍ନାଥ ସଂକୀର୍ତ୍ତନ ସଙ୍ଘ ଜିଲ୍ଲା ସଭାପତି ରାମଚନ୍ଦ୍ର ଗୌଡ଼ ଙ୍କ ସମେତ ଅଞ୍ଚଳର ବହୁ ଭକ୍ତ ଯୋଗ ଦେଇଥିଲେ।

