କୋଣାର୍କ, ୨୫/୧୨(ପାଇକପୁଅ)ବଡଦିନ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଗହଳି ହୋଇଥିବା ବେଳେ ସକାଳ ସମୟରେ ଘନ କୁହୁଡି ଭିତରେ ସୂର୍ଯ୍ୟ ମନ୍ଦିର ଅଦୃଶ୍ୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା।ବଡି ଭୋରରୁ କୁହୁଡିର ପ୍ରକୋପରେ ସୂର୍ଯ୍ୟ ମନ୍ଦିର ମୁଖଶାଳା ସମ୍ପୂର୍ଣ୍ଣ ଲୁଚିଯାଇଥିଲା।ସକାଳ ପ୍ରାୟ ଆଠ ଘଟିକାରେ ସୂର୍ଯ୍ୟଙ୍କ କିରଣରେ କୁହୁଡି ହଟିବା ପରେ ପର୍ଯ୍ୟଟକ ମାନେ ସୂର୍ଯ୍ୟ ମନ୍ଦିର ସୂକ୍ଷ୍ମ କାରୁକାର୍ଯ୍ୟ,କଳାକୃତି ବୁଲି ଦେଖିଥିଲେ।ବଡ଼ଦିନ ଉପଲକ୍ଷେ ସୂର୍ଯ୍ୟ ମନ୍ଦିରରେ ପ୍ରବଳ ଗହଳି ହୋଇଥିବା ବେଳେ ରାସ୍ତା ଉପରେ ଗାଡି ପାର୍କିଂ ଯୋଗୁଁ ନାହିଁ ନଥିବା ସମସ୍ୟା ଉପୁଜି ଥିଲା। ସେହିପରି ରାସ୍ତା ଉପରେ ଦୋକାନ ପାଇଁ ଯିବା ଆସିବାରେ ପର୍ଯ୍ୟଟକ ହଇରାଣ ହରକତ ହେଇଥିବା ପରିଲକ୍ଷିତ ହୋଇଥିଲା।

