ମାଲକାନଗିରି,୧୭/୧୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଲ୍ୟାମ୍ପସ ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତଚାଷୀ ଧାନ ମଣ୍ଡିର କ୍ରୟ ଟାର୍ଗେଟ ବୃଦ୍ଧି କରିବା ନିମନ୍ତେ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଚଳିତ ବର୍ଷ ତାରଲାକୋଟା ମଣ୍ଡିରେ ୧୫୦୦ କ୍ୱିଣ୍ଟାଲ ଧାନ କ୍ରୟ ନିମନ୍ତେ ଟାର୍ଗେଟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୦୦ ରୁ ଉର୍ଦ୍ଧ୍ବ ଚାଷୀ ଧାନ କ୍ରୟ ନିମନ୍ତେ ପଞ୍ଜିକୃତ କରିସାରିଲେଣି। ତେଣୁ ଲ୍ୟାମ୍ପସ ପକ୍ଷରୁ ଧାର୍ଯ୍ୟ ହୋଇଥିବା ୧୫୦୦ କ୍ୱିଣ୍ଟାଲ ଧାନ ବିକ୍ରୟ ହେଲେ ଅନ୍ୟ ଚାଷୀ ମାନେ ଏଥରୁ ବଞ୍ଚିତ ହେବେ। ଏଥିସହ ସପ୍ତାହ ର କେବଳ ଗୋଟିଏ ଦିନ ଧାନ କ୍ରୟ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୨ ଦିନ ଭାବେ ପରିବର୍ତ୍ତନ କରିବା ସହ ୧୫୦୦ କ୍ୱିଣ୍ଟାଲ ଧାନ କ୍ରୟ ପରିବର୍ତ୍ତେ ତାକୁ ୨୫୦୦ କ୍ୱିଣ୍ଟାଲକୁ ବୃଦ୍ଧି କରିବାକୁ ଲିଖିତ ଭାବେ ପଂଚାୟତ ଅନ୍ତର୍ଗତ ସମସ୍ତ ଚାଷୀ ଦାବିପତ୍ର ଦେଇ ଜଣାଇଛନ୍ତି। ଆଜି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ସେହି ସମୟରେ କୋରୁକୋଣ୍ଡା ଲ୍ୟାମ୍ପସ ସଭାପତି ସାଲୁ ଖିଲ, ତାରଲାକୋଟା ପଂଚାୟତ ନାଏବ ସରପଞ୍ଚ ପଦ୍ମନାଭ ମାଡକାମୀ, ପୂର୍ବତନ ସରପଞ୍ଚ ସୋମନାଥ ବାରସେ, ପୂର୍ବତନ ସରପଞ୍ଚ ନରସିଂହ ମାଝୀ, ନିରଞ୍ଜନ ଗୁଣ୍ଠା, କାର୍ତ୍ତିକ ଖେମୁଣ୍ଡୁ, ଗୋବିନ୍ଦ ଗଲୋରୀ, ଗୁରୁ କବାସୀଙ୍କ ସମେତ ପଂଚାୟତ ଅନ୍ତର୍ଗତ ଅନେକ ଚାଷୀ ଉପସ୍ଥିତ ଥିଲେ।

