ବାରିପଦା, ୧୭/୧୨(ପାଇକପୁଅ)ନବ ଓଡିଶାର ଅନ୍ୟତମ ନିର୍ମାତା, ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ତଥା ମୟୂରଭଞ୍ଜର ତତ୍କାଳୀନ ପ୍ରଜାନୁରଞ୍ଜକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କର ଜନ୍ମ ଜୟନ୍ତୀ ମଧୁବନ ରାଣିବାଗସ୍ଥିତ ମହାରାଜାଙ୍କ ସମାଧି ପୀଠରେ ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବର୍ଷୀୟାନ ସାମ୍ବାଦିକ ଡ଼. ବିଜୟ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ମଞ୍ଚର ପ୍ରତିଷ୍ଠାତା ଶରତ ଚନ୍ଦ୍ର ନାୟକ, ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି, ସଦସ୍ୟ ଉଦୟନାଥ ଜେନା, ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ଜୀଉ, ପିତାମ୍ବର ମଲ୍ଲିକ, ଗୋଲୋକ ମହାନ୍ତି,ଦୀପକ କୁମାର ନାୟକ, ସୟେଦ ସିରାଜୁଦ୍ଦିନ, ଦିଲ୍ଲୀପ କୁମାର ପାତ୍ର ପ୍ରମୁଖ ପୁଷ୍ପ ମାଲ୍ୟ ଅର୍ପଣ କରି ମହାରାଜାଙ୍କ ସ୍ମୃତିଚାରଣ ପୂର୍ବକ ସମଗ୍ର ଓଡିଶା ପାଇଁ ମହାରାଜାଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ।

