କାଲିମେଳା ୧୭/୧୨:(ସନ୍ତୋଷ କୁମାର ପଣ୍ଡା):ଶୀତରେ ଥରୁଛି ସମଗ୍ର ମାଲକାନଗିରି ଜିଲ୍ଲା ସହ କାଲିମେଳା ଅଞ୍ଚଳ। ଶୀତ ପ୍ରକୋପରୁ ରକ୍ଷା ପାଇଁ କାଠ ବାଉଁଶ ନିଆଁ ଜାଳି ବସୁଛନ୍ତି ଗାଁ ଗହଳି ଓ ସହରର ଲୋକେ। ପାରଦ ୧୪ଡିଗ୍ରୀ ତଳକୁ ଖସିଛି । ଗତ ତିନିଦିନ ଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ଶୀତ ସହିତ କୁହୁଡି ଦେଖାଦେଇଥିବା ବେଳେ ଭୋରରୁ ମାଲକାନଗିରି ଜିଲ୍ଲା ର ବିଭିନ୍ନ ଗାଁ ଗୁଡିକ ପ୍ରାୟ ଶୂନଶାନ ଦେଖାଯାଉଛି । ବାହାରେ ଭୀଷଣ ଥଣ୍ଡା ଯୋଗୁଁ ହାତ ଗୋଡ ଗୁଡିକ କାଲୁଆ ମାରି ଦେଉଥିବାରୁ ଗ୍ରାମବାସୀମନେ ନିଆଁ ଜାଳି ରହୁଥିବା ଦେଖିବା ପାଇଁ ମିଳୁଛି ଓ ଛୋଟ ଛୋଟ ପିଲାମାନେ କାଠ ଗଣ୍ଠିରେ ନିଆଁ ଲଗାଇ ତାର ଚାରି ପଟେ ଘେରି ନିଆଁ ଲଗେଇ ବସିଥିବା ଦେଖିବା ମିଳିଛି । ସାଧାରଣତ ମାଲକାନଗିରି ଜିଲ୍ଲାରେ ଏହି ସମୟରେ ୩୦ରୁ ୩୨ ଡିଗ୍ରୀ ତାପମାତ୍ରା ରହିଥାଏ କିନ୍ତୁ ଜିଲ୍ଲାବାସୀ ବା ଅଞ୍ଚଳବାସୀ ଦିନବେଳା କେବେ ବି ସାଲ କିମ୍ବା ଜ୍ୟାକେଟ ପିନ୍ଧି ନଥାନ୍ତି । ଆଜି ଭୋରୁ ତାପମାତ୍ରା ୧୪ ଡିଗ୍ରୀକୁ ଖସି ଆସିଥିବାରୁ ଜିଲ୍ଲାରେ ବହୁତ ଥଣ୍ଡା ଅନୁଭୂତ ହେଉଛି। ଜିଲ୍ଲାବାସୀ ଦିନତମାମ ଜ୍ୟାକେଟ ପିନ୍ଧି ସାଲ ଘୋଡେଇ ହୋଇ ନିଜ ନିଜ କାମ କରୁଥିବାର ଦେଖିବାକୁ ମିଳୁଛି । ଦୋକାନ୍ ବଜାର ଗୁଡିକ ଶୀତ ଯୋଗୁ ଦିନ ୮ଟା ପରେ ଖୋଲୁଥିବା ବେଳେ ଚଳିତ ବର୍ଷ ଜିଲ୍ଲାରେ ଶୀତ ଆରମ୍ଭ ହୋଇ ଯାଇଥିଲେ ବି ଗରିବ ଆଦିବାସୀ ଲୋକ ମାନଙ୍କର ଶୀତବସ୍ତ୍ର ନଥିବାରୁ ଶୀତ ଦାଉରୁ ରକ୍ଷାପାଇବା ପାଇଁ ସେମାନେ ଘର ଆଗରେ ବଡ ବଡ କାଠଗଣ୍ଡି ଜାଳି ନିଆଁ ଚାରି ପାଖରେ ବସି ନିଜଦେହକୁ ସେକି ହେଉଥିବାର ଦେଖାଯାଉଛି ।ଏମିତି କି ରାତ୍ରରେ ସେହି ନିଆଁ ଚତୁଃପାର୍ଶ୍ଵରେ ପରିବାର ସହ ଶୋଇ ଯାଇଥାନ୍ତି । ଗରିବ ଲୋକଙ୍କ କମ୍ବଳ ପାଲଟିଛି କାଠ ନିଆଁ, ଜିଲ୍ଲା ପ୍ରଶାସନ ପକ୍ଷରୁ ଗରିବ ଲୋକମାନଙ୍କୁ ଚିନ୍ନଟକରି ଶୀତବସ୍ତ୍ର ପ୍ରଦାନ କରାଯାଇଥିଲେ ଭଲ ହୋଇଥାନ୍ତା । ଗରିବ ଆଦିବାସୀ ମହିଳା ଓ ପିଲା ମାନେ ଘର ଆଗରେ କାଠଗଣ୍ଡି ଜାଳି ତାର ଚାରିପାଖରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ବସି ନିଆଁ ରେ ସେକିହେଉଥିବାର ଦେଖିବାକୁ ମିଳୁଛି ।ଉତ୍ତପ୍ତ ସହର ଭାବେ ପରିଚିତ ମାଲକାନଗିରି ଜିଲ୍ଲା ସହ କାଲିମେଳା ଅଞ୍ଚଳରେ ଗତ କିଛି ଦିନହେଲା ଶୀତର ଲହରୀ ଦେଖା ଦେଇଥିବାରୁ ବିଭିନ୍ନ ସ୍ଥାନରେ ବ୍ୟବସାୟୀ ମାନେ ଶୀତବସ୍ତ୍ର ବିକ୍ରୀର ପସରା ମେଲି ଦେଇଛନ୍ତି ।ବିଶେଷ କରି ସୁଦୂର ଉତରପ୍ରଦେଶ, ରାଇପୁର ରୁ ଟ୍ରକ ବୋଝେଇ ଶୀତବସ୍ତ୍ର ଧରି ବ୍ୟବସାୟୀ ମାନେ ମାଲକାନଗିରିରେ ଭଳିକି ଭଳି ଜ୍ୟାକେଟ,ସାଲ,କମ୍ବଳ,ସୁଇଟର, ମଫଲର, ଟୋପି ଆଦି ଶୀତବସ୍ତ୍ର ବିକ୍ରୀଆରମ୍ଭ କରିଦେଇଛନ୍ତି I ଗ୍ରାହକ ମାନେ ନିଜ ନିଜ ମନ ପସନ୍ଦର ଶୀତବସ୍ତ୍ର କିଣିବା ପାଇଁ ଭିଡଜମାଇ ଦେଇଥିବାର ଦେଖିବାକୁ ମିଳିଛି।

