ବାରିପଦା, ୧୯/୧୧(ପାଇକପୁଅ)୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ଅବସରରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ସ୍ଥାନୀୟ ଶହୀଦ ସ୍ମୃତି ଭବନ ବାରିପଦାଠାରେ ମୟୂରଭଞ୍ଜ ଜିଲାସ୍ତରୀୟ ସମବାୟ ମହୋତ୍ସବ ପାଳିତ ହୋଇଯାଇଛି।ଉପନିବନ୍ଧକ ସମବାୟ ସମିତି ସମୂହ ଅଶୋକ କୁମାର ପାଣିଙ୍କ ପୌରୋହିତ୍ୟରେ ଆୟୋଜିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ, ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବ୍ରମନ୍ୟମ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ନାବାର୍ଡ ର ଡ଼ିଡ଼ିଏମ ସ୍ମାରକ ମହାନ୍ତି, ବରିଷ୍ଠ ସହକାରୀ ନିବନ୍ଧକ ତୁଷାରକାନ୍ତି ମହାନ୍ତି, ବସନ୍ତ କୁମାର ନାୟକ,ସୁକୁରାମ ସିଂ, ଜିଲ୍ଲା ସମବାୟ ସଂଘର ସଭାପତି ପ୍ରଦୀପ ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ସମବାୟସାମାଜିକ ଓ ଆର୍ଥିକ ବିକାଶର ସୂତ୍ରଧର ବୋଲି କହିଥିଲେ।ଏହି ଅବସରରେ ବିଶିଷ୍ଟ ସମବାୟବିତ ଲକ୍ଷ୍ମୀ ସାହୁଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବା ସହ ସ୍କୁଲ କଲେଜ ସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଥିଲା।କାର୍ଯ୍ୟକ୍ରମରେ ଜିଲ୍ଲାର ସମବାୟ ସମିତିର କର୍ମଚାରୀ, ପରିଚାଳନା ପରିଷଦର ସଦସ୍ୟ, ଚାଷୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିବା ବେଳେ ବରିଷ୍ଠ ସହକାରୀ ନିବନ୍ଧକ ବସନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଉତ୍ତରସାହି ଛଉନୃତ୍ୟ ପ୍ରତିଷ୍ଠାନ ପକ୍ଷରୁ ପ୍ରସିଦ୍ଧ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା।

