ବାରିପଦା,୧୪/୧୧(ପାଇକପୁଅ)ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓମ ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟାରେ ଲିଟିଲ ଥେସ୍ପିୟାନ, କୋଲକାତା ପ୍ରଯୋଜିତ ନାଟକ “ପତଝଡ଼” ମଞ୍ଚସ୍ଥ ହୋଇଯାଇଛି। ଏସ ଏମ ଅଜ଼ହର ଆଲାମଙ୍କ ନିର୍ଦ୍ଦେଶିତ ନାଟକରେ ଉମା ଝୁନଝୁନୱାଲା ଗାୟତ୍ରୀ ଭୂମିକାରେ, ସାଗର ସେନଗୁପ୍ତା ଇନ୍ଦିଭର ଭୂମିକାରେ, ଗୁଞ୍ଜନ ଅଜହର ଯାମିନୀ ଭୂମିକାରେ ଓ ମହମ୍ମଦ ଆସିଫ ଅନସାରୀ ତାଷେନ ଭୂମିକାରେ ଅଭିନୟ କରିଥିବା ବେଳେ ଜୟ ସେନ ଆଲୋକରେ, ମଞ୍ଚସଜ୍ଜାରେ ଏସ ଏମ ଅହର ଆଲାମ ସହଯୋଗ କରିଥିଲେ।ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଆଜି ସନ୍ଧ୍ୟାର ନାଟକକୁ ଉଦଘାଟନ କରିବା ସହ ମହୋତ୍ସର ସଫଳତା କାମନା କରିଥିଲେ।ସଂସ୍ଥାର ପ୍ରତିଷ୍ଠାତା ଧୀର ବଶା ଧନ୍ୟବାଦ ଅର୍ପଣ କରିଥିଲେ।ଅଭିନେତାମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା ଏହି ମହୋତ୍ସବ ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା କାଲି ତିଲଜାଲା କାଲପନ ନୟାଗୋଷ୍ଠୀ, କୋଲକାତା ପ୍ରଯୋଜିତ ବେଙ୍ଗଲୀ ନାଟକ “ବେହୁଲା ଆଜୋ” ମଞ୍ଚସ୍ଥ ହେବବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି।

