ଭୁବନେଶ୍ବର, ୧୪/୧୧(ପାଇକପୁଅ) ବିବେକାନନ୍ଦ ଶିକ୍ଷା କେନ୍ଦ୍ର ହାଇସ୍କୁଲ, ଚକେଇ ସିହାଣୀ,ଶ୍ରୀରାମ ନଗର, ପକ୍ଷରୁ ପଵିତ୍ର ଶିଶୁ ଦିବସ ସମାରୋହ,ଏହାର ପ୍ରଧାନ ଶିକ୍ଷୟିତ୍ରୀ ଅନୁସୟା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୁପେ ସତ୍ୟମ ଶିବମ ସୁନ୍ଦରମ୍ ପତ୍ରିକା ଏଡ଼ିଟର ତଥା କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ସଭାପତି ଏବଂ ଓଁକାର ନାଥ ଦେବ ମିଶନ ଭୁବନେଶ୍ୱରର ଅଧ୍ୟକ୍ଷ ଇଂଜିନିୟର ଜିତେନ କୁମାର ରାଉତରାୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ।

ଶ୍ରୀ ରାଉତରାୟ ଶିଶୁ ଦିବସର ମାହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା କରି,ଶିଶୁ ହସିଲେ ଦୁନିଆ ହସିବ ବୋଲି କହିଥିଲେ। ଏହାର ପ୍ରତିଷ୍ଠାତା ପ୍ରଫେସର କାର୍ତ୍ତିକ ଚନ୍ଦ୍ର ପୃଷ୍ଟି ଉତ୍ସବ ପରିଚାଳନା କରି ଛାତ୍ରଛାତ୍ରୀ ମାନେ ଆଦର୍ଶ ଚରିତ୍ର ଗଠନ କରିବାକୁ ପରାମର୍ଶ ଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଶ୍ରୀ ରବିନ୍ଦ୍ର କୁମାର ପୃଷ୍ଟି,ଶ୍ରୀ ବିପିନ କୁମାର ମଲ୍ଲ,ପରେଶ ଚନ୍ଦ୍ର ମିଶ୍ର,ରୁଦ୍ରପ୍ରତାପ ପାତ୍ର, ଶିକ୍ଷୟତ୍ରୀ କଳ୍ପନା ଦାସ, ବିଜୟଲକ୍ଷ୍ମୀ ଭୋଇ, ରାଜଲକ୍ଷ୍ମୀ ସେନାପତି, ବନିତା ଦାଶ, ମନୋରଞ୍ଜନ ଧଳ, ଦମୟନ୍ତୀ ପ୍ରଧାନ, ପ୍ରଣିତା ତ୍ରିପାଠୀ, ରଶ୍ମିତା ଦାସ, ହରଗୌରୀ ସାହୁ ଓ ଗୀତାଞ୍ଜଳି ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

