ଭୁବନେଶ୍ୱର, ୧୪/୧୧(ପାଇକପୁଅ)ସୁଦୃଢ଼ ହେଉଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା। ଏହି କ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ମହତ୍ଵାକାଂକ୍ଷୀ ଯୋଜନା ‘ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ’ର ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଲୋଗୋ ମହାନ ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶକୁ ବହନ କରୁଛି। ଏଥି ସହ ଓଡ଼ିଆ ସଂସ୍କୃତି, ଶିକ୍ଷାର ମହତ୍ଵ ଓ ଭୂମିକାକୁ ପ୍ରତିଫଳିତ କରୁଛି। ପିଲାଙ୍କୁ ଆଧୁନିକ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାକୁ ଆକର୍ଷଣୀୟ ଓ ପ୍ରଭାବଶାଳୀ କରିବା ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

