ବାରିପଦା,୧୪/୧୧(ପାଇକପୁଅ )ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୧୧ଶ ସନ୍ଧ୍ୟାରେ ପ୍ରଥମେ ବାରିପଦାର ଯୁବ କଳାକାରମାନେ ମାୟରା ଫେସନ ସୋ ପ୍ରଦର୍ଶନ କରିଥିଲେ।ଇଣ୍ଡିଆନ ଆଇଡଲର ପ୍ରତିଯୋଗୀ ମୟୂରୀ ସାହା ସୁମଧୁର କଣ୍ଠରେ ହିନ୍ଦୀ ଓ ବେଙ୍ଗଲୀ ଗୀତ ପରିବେଷଣ କରି ଦର୍ଶକଙ୍କ ମନକୁ ଜିଣିଥିଲା।ପରେ ପରେ ଇଣ୍ଡିଆନ ଆଇଡଲର ଅନ୍ୟତମ ପ୍ରତିଯୋଗୀ ପ୍ରିୟାଂଶୁ ଦତ୍ତଙ୍କ ଆକର୍ଷଣୀୟ ସଂଗୀତ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା। ଆସନ୍ତା କାଲି ଅନୁଷ୍ଠାନିକ ଭାବେ ଉଦଯାପିତ ହେବ ଜଗଦ୍ଧାତ୍ରୀ ମେଳା – ୨୦୨୫। କୃତୀ ପ୍ରତିଯୋଗୀ ମାନଙ୍କ ସହ ଶ୍ରେଷ୍ଠ ଷ୍ଟଲ ଓ ସାଂସ୍କୃତିକ ଦଳକୁ ମଧ୍ୟ ପୁରସ୍କୃତ କରାଯିବ।ମାତ୍ର ୧୫ ରୁ ୧୭ ମଧ୍ୟରେ ବଲିଉଡ ନାଇଟର କାର୍ଯ୍ୟକ୍ରମ ରହିଛି ବୋଲି ସାଂସ୍କୃତିକ ସମ୍ପାଦକ କିଶୋର ପଲେଇ ଜଣାଇଛନ୍ତି।

