ବାରିପଦା, ୧୧/୧୧(ପାଇକପୁଅ)ବହୁ ପ୍ରତିକ୍ଷିତ ନେୟେରା ପେଟ୍ରୋଲ ପମ୍ପ ର ଶୁଭ ଉଦ୍ଘାଟନ ନେଇ ଖୁସିର ମାହଲ। ବାରିପଦା ସହର ଉପକଣ୍ଠ ବେଲଗଡିଆ — ଅସନଜୋଡା ରାସ୍ତା ର ତେନ୍ତୁଳିଡିଙ୍ଗା ଛକ ରେ ସୋମବାର ଶୁଭ ବେଳା ରେ ଏକ ନୁଆ ପେଟ୍ରୋଲ ପମ୍ପ ର ଶୁଭାରମ୍ଭ ହୋଇଯାଇଛି ।ସହର ଉପକଣ୍ଠ ରେ ଦିର୍ଘ ବର୍ଷ ଧରି ଏକ ପେଟ୍ରୋଲ ପମ୍ପ ପାଇଁ ଦାବି ହୋଇ ଆସୁଥିବା ବେଳେ ଆଜି ତାହା ର ପୁର୍ଣ୍ଣଛେଦ ପଡ଼ିଛି। ଯୁବ ବ୍ୟବସାୟୀ ରବିନ୍ଦ୍ର ନାଥ ମୁଦୁଲି ଙ୍କ ଉଦ୍ୟମ ରେ ତାଙ୍କ ବାପା ଙ୍କ ନାମ ଅନୁସାରେ ଦେବେନ୍ଦ୍ର ଫିଲିଙ୍ଗ ଷ୍ଟେସନ ନାମରେ ଏକ ନୁଆ ପେଟ୍ରୋଲ ପମ୍ପ ର ଶୁଭାରମ୍ଭ ହୋଇଯାଇଛି।ନାୟେରା କମ୍ପାନୀ ର ଏହି ପେଟ୍ରୋଲ ପମ୍ପ ରେ ଉଭୟ ପେଟ୍ରୋଲ ଓ ଡିଜେଲ୍ ଗ୍ରାହକଙ୍କ ପାଇଁ ଉପଲବ୍ଧ ହୋଇ ପାରିବ । ବାରିପଦା ସହର କୁ ଯିବା ଆସିବା ପାଇଁ ବେଲଗଡିଆ – ଅସନଜୋଡା ରାସ୍ତା ଏକ ପ୍ରମୁଖ ରାସ୍ତା ଏହି ରାସ୍ତା ରାଇରଙ୍ଗପୁର,କରଞ୍ଜିଆ ସହ ଜାତୀୟ ରାଜପଥ କୁ ଯୋଡ଼ିବା ର ପ୍ରମୁଖ ରାସ୍ତା ଏହି ବାଟରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଗାଡି ମଟର ରେ ଯିବା ଆସିବା କରି ଥାଆନ୍ତି ,ଏହି ରାସ୍ତା ଭବିଷ୍ୟତ ରେ ବାରିପଦା ସହର ର ଲାଇଫ ଲାଇନ ତଥା ଏକ୍ସପ୍ରେସ ରୋଡ ରେ ପରିଣତ ହେବାକୁ ଯାଉଛି ଏଥିପାଇଁ ତେନ୍ତୁଳିଡିଙ୍ଗା ରେ ଏକ ପମ୍ପ ପାଇଁ ଦାବି ହେଉଥିଲା ।
ଏହି ବାଟରେ ଲୋକଙ୍କ ପାଇଁ ପ୍ରେଟୋଲ ପମ୍ପ ଟେ ନିହାତି ଆବଶ୍ୟକ ହେଉଥିବା ବେଳେ ଲୋକଙ୍କୁ ସୁବିଧାରେ ପେଟ୍ରୋଲ, ଡିଜେଲ୍ ,ମୋବିଲ ସରକାର ଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପ୍ରତିଷ୍ଠାତା ରବିନ୍ଦ୍ର ନାଥ ମୁଦୁଲି। ଶ୍ରୀଯୁକ୍ତ ମୁଦୁଲି କହିଛନ୍ତି କି ଦେବେନ୍ଦ୍ର ଫିଲିଙ୍ଗ ଷ୍ଟେସନ କୁ ଆସୁଥିବା ଗ୍ରାହକଙ୍କୁ ସୁବିଧା ରେ ତେଲ ଯୋଗାଇ ଦେବା ସହ ସେମାନଙ୍କ ପାଇଁ ବିଶୁଦ୍ଧ ଥଣ୍ଡା ପିଇବା ପାଣି , ବିଶ୍ରାମ ଗୃହ, ସୈଚାଳୟ ,ମାଗଣା ପ୍ରେସର୍ ଚେକ ର ବ୍ୟବସ୍ଥା କରାଯାଇଛି।
ସୋମବାର ଉଦଘାଟନ ଉତ୍ସବ ରେ କମ୍ପାନୀ ର ଟିଏସଏମ ଗୈରଭ ଶର୍ମା ରବିନ୍ଦ୍ର ନାଥ ମୁଦୁଲି,ଙ୍କ କରକୋମଳ ରେ ଫିତାକାଟି ଲୋକାର୍ପିତ କରାଯାଇଛି। ବାରିପଦା ସହର ଏବଂ ତେନ୍ତୁଳିଡିଙ୍ଗା ଅଞ୍ଚଳ ର ବୁଦ୍ଧିଜୀବୀ,ଗଣ୍ୟମାନ୍ୟ ବ୍ୟକ୍ତି,ଙ୍କ ସହ ଅଜିତ ପଟ୍ଟନାୟକ,ପୁପୁ ପଟନାୟକ,କମଳା ଦାସ , ସତ୍ୟରଞ୍ଜନ ମଣ୍ଡଳ,ସ୍ଵରୁପ ଦାସ , ସଞ୍ଜୟ ଆଗ୍ରଓ୍ବାଲ ,ପ୍ରଶାନ୍ତ ପଟ୍ଟନାୟକ, ଚନ୍ଦନ ପଣ୍ଡା, ବିଶ୍ଵଜିତ ଦାସ , ପ୍ରମୁଖ ଉପସ୍ଥିତ ରହିଥିଲେ ।

