ଛତିଶଗଡ ୦୪/୧୧(ପାଇକପୁଅ)ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାରେ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି।ଛତିଶଗଡର ବିଳାସପୁର ଷ୍ଟେସନ ନିକଟରେ ଏକ ମାଲଗାଡ଼ି ସହିତ ପାସେଞ୍ଜର ମେମୁ ଟ୍ରେନ ଧକ୍କା ହୋଇଥିଲା।ଯାହା ଫଳରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଯାତ୍ରୀ ଏଥିରେ ଆହତ ହୋଇ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଯାତ୍ରୀବାହୀ ଟ୍ରେନଟି ମାଲଗାଡ଼ି ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ରେଲୱେ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ଓ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

