ବାରିପଦା,୦୪/୧୧(ପାଇକପୁଅ)ତକତପୁର ସ୍ଥିତ ବିଦ୍ୟାଭରତୀ ଶିଶୁ ବିଦ୍ୟାମନ୍ଦିରରେ ୩ୟ ବାର୍ଷିକୀ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ ବିଭିନ୍ନ ପ୍ରୋଜେକଟ କୁନିକୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା।ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଦିଲ୍ଲୀପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କୁନିକିନି ବୈଜ୍ଞାନିକ ମାନଙ୍କୁ ପୁରସ୍କୃତ କରିବା ସହ ସମାଜର ବିକାଶ ଦିଗରେ ବିଜ୍ଞାନର ଉପୋଯୋଗିତା ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ରିତା ଶତପଥି ଗୁରୁଜୀ କୃଷ୍ଣ ଚନ୍ଦ୍ର ପଲେଇଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୁଦାମ ମହାନ୍ତ ଓ ପ୍ରୀତିପ୍ରତିମା ପତି ସଭାପରିଚାଳନା କରିଥିଲେ।ଏହି ଅବସରରେ ଶ୍ରେଷ୍ଠ କୁନି ବୈଜ୍ଞାନିକ ଭାବେ ଲୋମିସ୍ମିତା ସୋରେନ, ଆଦିତ୍ୟ ନାରାୟଣ ଶତପଥି, ଆଦ୍ୟାଶା ମହାନ୍ତ, ମନିଷା ମହାନ୍ତ, ଜିତ ଜୟପ୍ରକାଶ ବାରିକ, ଯଶୋବନ୍ତ ବାରିକ ଓ ରୁହ୍ୟା ବେଶ୍ରା ପୁରସ୍କୃତ ହୋଇଥିବା ବେଳେ, ଗୁରୁମା କଲ୍ୟାଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

