ବାରିପଦା,୨୨/୦୯/(ପାଇକପୁଅ) ବାରିପଦା ପୌରପାଳିକା ଅନ୍ତର୍ଗତ ମୁର୍ଗାବାଡିସ୍ଥିତ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସୁସ୍ଥ ନାରୀ, ସଶକ୍ତ ପରିବାର ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିବା ସହିତ ପରିବାର ସଶକ୍ତ ହେଲେ ହିଁ ରାଷ୍ଟ୍ର ସଶକ୍ତ ହେବ।ଏଣୁ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁଥିବା ଏହି ଅଭିଯାନରେ ନିଜକୁ ସାମିଲ କରି ପ୍ରତ୍ୟେକ ମହିଳା ଓ ବାଳିକା ମାନେ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ କରାଇବା ପାଇଁ ପରାମର୍ଶ ଦେଇଥିଲେ।ଡିଏମଆରସିଏଚ ଏଲିନା ସାମଲ ଅଭିଯାନର ଉଦେଶ୍ୟ ବିଷୟରେ ଉଲ୍ଲେଖ କରିଥିବା ବେଳେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କିଶୋର କୁମାର ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, ଡିଏମଓ ଡା. ମାନସ ଦଣ୍ଡପାଟ, ଏଡିପିଏଚଓ ଡା. ବିଜୟ କୁମାର ଦାଶ, ଡିପିଏଚଓ ଡା.ସୁବାସ ନାୟକ, ଏଡିପିଏଚଓ ଡା. ସୁନନ୍ଦା ମିଶ୍ର, ଷ୍ଟେଟ ପ୍ରୋଗ୍ରାମ ମ୍ୟାନେଜେର ଅଦୈତ ପ୍ରଧାନ,ବରିଷ୍ଠ ରାଜ୍ୟ ଉପଦେଷ୍ଟା ଡା. ବିଜୟ ସ୍ୱାଇଁ, ଡିପିଏମ ଏନଏଚଏମ ଅନିଲ କୁମାର ମହାନ୍ତି, ଜିଲ୍ଲା ଭିବିଡି ର ଉପଦେଷ୍ଟା ତପନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

