ବାରିପଦା,୦୬/୦୯(ପାଇକପୁଅ)ବାରିପଦା ସ୍ଥିତ ଅମ୍ବିକା ହଲ ଠାରେ ଓଡିଶା ଝୁମର ଏକାଡେମୀ ର ସଭାପତି ଅବନୀ ମହାନ୍ତଙ୍କ ସଭାପତିତ୍ବରେ ଝୁମର କର୍ମଶାଳାର ସୂଚନା ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସମ୍ମିଳନୀ ରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ ବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର ଡ଼ା କିଶୋର କୁମାର ବସା, ଝୁମର କର୍ମଶାଳା ରିସେପସନ କମିଟି ଚେୟାରମ୍ୟାନ ତଥା ବାରିପଦା ବିଧାୟକ ପ୍ରକାଶ ସୋରେନ, ସେକ୍ରେଟାରୀ ବସନ୍ତ ମହାନ୍ତ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଝୁମର ଏକାଡେମୀ ର ଉପସଭାପତି ରାକେଶ ସିଂ ସମ୍ମିଳନୀ ଆରମ୍ଭ ରେ ଅତିଥି ପରିଚୟ ପ୍ରଦାନ କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡିଶା ଝୁମର ଏକାଡେମୀ ଓ ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ୱ ବିଦ୍ୟାଳୟର ମିଳିତ ସହଯୋଗରେ ଆସନ୍ତା ସେପ୍ଟେମ୍ବର ୧୫ ଓ ୧୬ ତାରିଖ ଦିନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଝୁମର କର୍ମଶାଳା ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟ ବକ୍ତା ଭାବରେ ଚେୟାରମ୍ୟାନ ମନୁମେଣ୍ଟ ଅଥରିଟି ଅଫ ଇଣ୍ଡିଆ ପ୍ରଫେସର ଡ଼ା କିଶୋର କୁମାର ବସା ଯୋଗ ଦେବେ।ଉକ୍ତ କର୍ମଶାଳାରେ ୧୫ ଟି ଝୁମୁର ନୁର୍ତ୍ୟ ଦଳ ଭାଗ ନେବା ସହିତ ଅନ୍ୟ ରାଜ୍ୟ ଯଥା ପଶ୍ଚିମ ବଙ୍ଗ ଝାଡ଼ଖଣ୍ଡ ଆସାମରୁ ଅତିଥି ଓ ବୁଦ୍ଧିଜୀବୀ ଯୋଗ ଦେବେ। ଝୁମର ହେଉଛି ଓଡିଶା ସମେତ ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ, ଛତିଶଗଡ, ଆସାମ ପ୍ରଦେଶ ରେ ବସବାସ କରୁଥିବା ଜନଗୋଷ୍ଠୀ ମାନଙ୍କ ଦ୍ୱାରା ପର୍ବ ପର୍ବାଣୀ ସାମାଜିକ ସାଂସ୍କୃତିକ ଭାବେ ଝୁମୁର ଗୀତ ବାଦ୍ୟ ଓ ନୃତ୍ୟର ଏକ ସତନ୍ତ୍ର ସ୍ଥାନ ଅଛି ବିଭିନ୍ନ ଜନଗୋଷ୍ଟି ଙ୍କ ଭାଷା ର ଅନ୍ତର ହେଲେ ମଧ୍ୟ ମୌଳିକତା ପ୍ରାୟ ସମାନ। ଏହି ସଂସ୍କୃତି ର ସୃଷ୍ଟି କେବେ କେଉଁଠାରେ କେଉଁ ପରିସ୍ଥିତି ରେ ହୋଇଥିଲା ତାହା ଗଭୀର ଗବେଷଣା ହେଲେ ଜଣା ପଡିବ। ଅନୁଧ୍ୟାନ କଲେ ଜଣାଯାଏ ଯେ,କୃଷି ସଭ୍ୟତା ସହିତ ଜଡିତ।ଝୁମର ରୁ ବହୁ ପ୍ରକାର ନୃତ୍ୟ ଜନ୍ମିତ ତନମଧ୍ୟରୁ ଛୋଉ ନୃତ୍ୟ ଅନ୍ୟତମ। ସ୍ୱାଧୀନତା ପୂର୍ବରୁ ରାଜା ରାଜୁଡା ଜମିଦାର ମାନଙ୍କ ପୃଷ୍ଠପୋଶୋକତା ପାଇଁ ସ୍ୱାଧୀନତା ପରେ ସରକାରୀ ପୃଷ୍ଠପୋଷକତା ରେ ଆଜି ଦେଶ ବିଦେଶ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ବିଶ୍ୱ ମାନଚିତ୍ର ରେ ସ୍ଥାନ ପାଇଛି କିନ୍ତୁ ଝୁମର ପୃଷ୍ଟପୋଷକତା ର ଅଭାବ ରେ ଆମ ଗାଁ ଦାଣ୍ଡ, ଅଶିକ୍ଷିତ, କୃଷକ, କୃଷି ଶ୍ରମିକ ମାନଙ୍କ ପରମ୍ପରା ରେ ବଞ୍ଚି ରହିଛି। ସରକାରୀ ପୃଷ୍ଟପୋଷକ ପାଇଁ ବିଶ୍ୱ ବିଦ୍ୟାଳୟ ଗୁଡିକ ରେ ଗବେଷଣା କଲେ ଝୁମର ରେ ଲୁକାୟିତ ଥିବା ସାହିତ୍ୟ ଇତିହାସ ରାମାୟଣ ମହାଭାରତ ମନ୍ତ୍ର ତନ୍ତ୍ର ଇତ୍ୟାଦି ବିଦ୍ୟମାନଏବଂ ଭାରତର ପ୍ରାଚୀନ ସଂସ୍କୃତି ର ଆଧାର। ଝୁମର ଭାରତ ବର୍ଷ ର ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ର, ଛତିଶଗଡ, ଓଡିଶା, ପଶ୍ଚିମ ବଙ୍ଗ, ଆସାମ, ଏବଂ ଦେଶ ବାହାରେ ବଙ୍ଗଳାଦେଶ, ନେପାଳ, ରେ ମଧ୍ୟ୍ୟ ପରିଚିତ।
ଝୁମର କଳା ସଂସ୍କୃତିର ବିକାଶ ଏବଂ ଝୁମର କଳାକାର ମାନଙ୍କୁ ବିଶ୍ୱ ଦରବାର ରେ ପରିଚିତ କରିବା ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ।

