ମାଲକାନଗିରି,୨୧/୦୮ (ସୁଧାଂଶୁ ଶେଖର ମହାନ୍ତି)ଆଜି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏବଂ ୟୁ.କୋ ବ୍ୟାଙ୍କ ମାଲକାନଗିରି ପକ୍ଷରୁ ସିନ୍ଦ୍ରିମାଳ ପଞ୍ଚାୟତ ସଦର ଠାରେ ଜନ ସୁରକ୍ଷା ଯୋଜନା ଅଧୀନରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପରିପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆର.ବି.ଆଇ ନିର୍ଦ୍ଦେଶ ମୁତାବକ ବ୍ୟାଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମଟି ପ୍ରତ୍ୟେକ ଜିଲ୍ଲାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଜନ ସାଧାରଣ ଙ୍କୁ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ କିପରି ଖାତା ଖୋଲିବା, ନିଷ୍କ୍ରିୟ ହୋଇଥିବା ଖାତା ର ପୁନଃ ପ୍ରମାଣି କରଣ, ଆର୍ଥିକ ଯୋଜନା କିପରି ପ୍ରସ୍ତୁତି କରିବା ସହ ସଂଚୟ ଓ ନିବେଶ କିପରି କରିବେ। କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ବୀମା ଯୋଜନା ଯାହାକି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବାର୍ଷିକ ୪୩୬ ଟଙ୍କାରେ ୨ ଲକ୍ଷ ଟଙ୍କା ଆର୍ଥିକ ରାଶି ବୟସ ସୀମା ୧୮ ରୁ ୫୦ ବର୍ଷ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦୁର୍ଘଟଣା ଜନିତ ବୀମା ରାଶି ବାର୍ଷିକ ୨୦ ଟଙ୍କାରେ ୨ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ବୟସ ସୀମା ୧୮ ରୁ ୭୦ ବର୍ଷ, ଅଟଳ ପେନସନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ରେ କିପରି ସମସ୍ତେ ଅନ୍ତର୍ଭୁକ୍ତ ହୋଇ ପାରିବେl ସାଇବର ସିକ୍ୟୁରିଟି, ଡିଜିଟାଲ ବ୍ୟାଙ୍କିଙ୍ଗ, ବିଭିନ୍ନ ପ୍ରକାର ଠକେଇ, ଋଣ ସମ୍ବନ୍ଧରେ, ଏବଂ ବ୍ୟାଙ୍କ ରେ ଅଭିଯୋଗ ସମାଧାନର ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲାl ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏଲ୍.ଡି.ଓ (ଆର୍.ବି.ଆଇ ) ଅଭିନାଶ ରାଉତ, ଏଲ୍.ଡି.ଏମ୍ (ମାଲକାନଗିରି ) ଚକ୍ରଧର ନାୟକ, ଏଫ୍.ଏଲ୍.ସି (ମାଲକାନଗିରି ) ହରିନାଥ ପଣ୍ଡା, ୟୁ.କୋ ବ୍ୟାଙ୍କ ମ୍ୟାନେଜର ଶଶାଙ୍କ ଦିୱେଦୀ, ଧାନ୍ ଫାଉଣ୍ଡେସନ୍ ସି.ଏଫ୍.ଏଲ୍ ମାଲକାନଗିରି ଜିଲ୍ଲା ସଂଯୋଜକ ଅଗଷ୍ଟିନ୍ ସାଇମନ୍ କୋରା ପ୍ରମୁଖ ଉପସ୍ଥିତ ଥିଲେ।

