ମାଲକାନଗିରି,୨୦/୦୮ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲାରେ ବିଶ୍ଵ ଫୋଟଗ୍ରାଫି ଦିବସ ପାଳନ କଲେ କାର୍ଯ୍ୟରତ ଭିଡିଓ ଜର୍ଣାଲିଷ୍ଟ ତଥା ବିଭିନ୍ନ ଗଣମାଧ୍ୟମ ସଂସ୍ଥାର କ୍ୟାମେରା ମ୍ୟାନ ମାନେ। ଏନେଇ ମଙ୍ଗଳବାର ରାତିରେ ସମସ୍ତ କାର୍ଯ୍ୟରତ କ୍ୟାମେରା ମ୍ୟାନ ମାନେ ଫୋଟ ଉଠାଇବାର ବିଭିନ୍ନ ଶୈଳୀ ସହ କିପରି ଆଗାମୀ ଦିନରେ ସେମାନେ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ସ୍ଥାନ ହାସଲ କରିବେ ସେନେଇ ଆଲୋଚନା କରିଥିଲେ। ପ୍ରତି ଖବର ହେଉ କିମ୍ବା ଲୋକ ଲୋଚନକୁ ଆସୁଥିବା ବିଭିନ୍ନ ନୂଆ ସ୍ଥାନ, ରହସ୍ୟ ଆଦି ପଛରେ ଜଣେ କ୍ୟାମେରା ମ୍ୟାନର ଦାୟିତ୍ୱ ବେଶ ଗୁରୁତ୍ଵପୂର୍ଣ ଅଟେ। ଏଣୁ ପରଦା ପଛରେ ରହି ଲୋକଙ୍କ ନିକଟରେ ବିଭିନ୍ନ ବିଷୟକୁ ଉପସ୍ଥାପନ କରୁଥିବା କ୍ୟାମେରା ମ୍ୟାନଙ୍କ ପାଇଁ ଏହି ଦିନ ବେଶ ମହତ୍ଵ ରଖିଛି ବୋଲି ସମସ୍ତେ ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲାର କାର୍ଯ୍ୟରତ କ୍ୟାମେରା ମ୍ୟାନ ପ୍ରକାଶ ପଟ୍ଟନାୟକ, ରାହୁଲ ଗୋଲରି, ଏମ ଚନ୍ଦ୍ରା ରାଓ, ବିକ୍ରମ ପାଢୀ, ପଙ୍କଜ ଖରା, ମୂନା ନେତାମ, ପିଣ୍ଟୁ କୁମାର, ସ୍ଵାଧୀନ ବେହେରା ପ୍ରମୁଖ ଉପସ୍ଥିତ ରହି କେକ କାଟି ଏହି ଦିନକୁ ପାଳନ କରିଥିଲେ।

