ଯୋଡ଼ା,୨୦/୦୮(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡା ଅବକାରୀ ବିଭାଗ ଆଜି ସକାଳୁ ଯୋଡ଼ା ସ୍ତିତ କୋମାର ଯୋଡ଼ା ଏବଂ ବାଂଶପାଣି ଅଞ୍ଚଳରେ ଯାଞ୍ଚ କରୁଥିବା ସମୟରେ ୧୦୧ ଲିଟର ଦେଶୀ ମଦ ଜବତ କରି ୨ ଜଣ ଙ୍କୁ ଗିରଫ କରିଛି।ସୂଚନ ଅନୁଯାୟୀ ଯୋଡ଼ା ଅବକାରୀ ବିଭାଗ ର ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ପରିଡା ଆଜି କମାର ଯୋଡ଼ା ନିକଟରେ ଯାଞ୍ଚ କରୁଥିବା ସମୟରେ ଗୋଟିଏ ସ୍କୁଟି ନମ୍ବର ଓଡି ୦୯ ପି ୯୦୩୯ ରେ ଦେଶୀ ମଦ ଲୁଚା ଛପା ଭାବେ ନେଉଥିଲେ। ଅଧିକାରୀ ପ୍ରଶାନ୍ତ କୁମାର ପରିଡା ସନ୍ଦେହ କରି ତଦନ୍ତ କରିବାରୁ ଘଟଣା ସ୍ଥଳରେ ରେ ସ୍କୁଟିରୁ (୬୬)ଲିଟର ଦେଶୀ ମଦ ବରାମତ କରିଥିଲେ। ସେହିପରି ଆଉ ଜଣେ ବାଂଶପାଣି ନିକଟରେ ଦେଶୀ ମଦ ବୋହିକି ନେଉଥିବା ବେଳେ (୩୫)ଲିଟର ବରାମତ କରିଥିଲେ। ଏ ନେଇ ଯୋଡ଼ା ଅବକାରୀ ବିଭାଗ ସ୍କୁଟି କୁ ଜବତ କରି କେଶ ନମ୍ବର ୮୬/୨୦୨୫ ଏବଂ ୮୭/୨୦୨୫ ମାମଲା ରୁଜୁକରି କ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ତେବେ ଅଭିଯୁକ୍ତ ମାନେ ହେଲେ ଯୋଡ଼ା ସ୍ଥିତ କୋମାର ଯୋଡ଼ା ଅଞ୍ଚଳର ରାଜେଶ ଗୋପ ବୟସ(୩୯) ଏବଂ ଦିପକ କାରୁଆ ବୟସ(୩୫)ବୋଲି ଜଣାପଡ଼ିଛି।

