ମାଲକାନଗିରି,୨୧/୦୮ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଂଚାୟତର ବାୟାପଡା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ଅଳ୍ପେକେ ବର୍ତ୍ତିଲେ ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ। ଘାଟିର ଆମ୍ବଲିବେଡା ରୁ କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଗଲା କମାଣ୍ଡର। ଫଳରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଘଟଣାସ୍ଥଳ ରେ ସଙ୍ଗେ ସଙ୍ଗେ କୁଡୁମୁଲୁଗୁମ୍ମା ଅଗ୍ନିଶମ ବାହିନୀ ପହଁଚି ଗାଡି ଭିତରୁ ଆହତ ଙ୍କୁ ଉଦ୍ଧାର କରିଛି। ଦୁର୍ଘଟଣା ରେ ୮ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ୬ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଦେଖି ଡାକ୍ତର ମାଲକାନଗିରିସ୍ଥିତ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି।

ତେବେ ଘାଟିରେ ବାରମ୍ବାର ଏପରି ଘଟିବାର କାରଣ ଗାଡିର କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ କରୁଛନ୍ତି ଗାଡି ଚାଳକ, ତେଣୁ ବାରମ୍ବାର ଏପରି ଦୁର୍ଘଟଣାର ଶିକାର ହେଉଥିବା ଜଣାପଡିଛି। ତେଣୁ ପରିବହନ ବିଭାଗ ପକ୍ଷରୁ ଯଦି ଓଭର ଲୋଡ଼ିଂ ଯାତ୍ରୀଙ୍କୁ ନେଇ ଯାଉଥିବା ଗାଡି ଗୁଡିକ ଉପରେ ଜୋରିମାନା ଲଗାଇବା ସହ ପ୍ରତ୍ୟେକ ଦିନ ଯାଞ୍ଚ କରାଯାଏ ତାହେଲେ ଅଗାମୀ ଦିନରେ ଗାଡ଼ିଗୁଡିକ ଏପରି ଦୁର୍ଘଟଣାର ଶିକାର ହେବ ନାହିଁ ବୋଲି ଅନୁମାନ କରାଯାଉଛି।

