ନୂଆଦିଲୀ, ୧୯/୦୮(ପାଇକପୁଅ)ପୂର୍ବତନ ସୁପ୍ରିମକୋର୍ଟ ଜଜ୍ ବି ସୁଦର୍ଶନ ରେଡ୍ଡୀ INDIA ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ତାଙ୍କ ନାମ ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ ସୁଦର୍ଶନ ରେଡ୍ଡୀ । ଏବେ ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଅବସରପ୍ରାପ୍ତ ଜଷ୍ଟିସ୍ ସୁଦର୍ଶନ ରେଡ୍ଡୀ । ଏନ୍ଡିଏ ପ୍ରାର୍ଥୀ ସିପି ରଧାକୃଷ୍ଣନ ବନାମ ବି.ସୁଦର୍ଶନ ରେଡ୍ଡିଙ୍କ ମଧ୍ୟରେ ହେବ ଟକ୍କର ।

