ମାଲକାନଗିରି,୧୯/୦୮ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ପ୍ରହସନ ପାଲଟିଛି ମନରେଗା କାର୍ଯ୍ୟ। ଗରିବ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କୁ ରୋଜଗାରର ଯୋଗାଇବାର ପନ୍ଥା ଭାବେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ବର୍ତ୍ତମାନ ଏହି ଯୋଜନା କିନ୍ତୁ ଶ୍ରମିକ ବଦଳରେ ମେସିନ ମାଲିକ ଓ ଠିକାଦାରଙ୍କୁ ଯୋଗଉଛି ରୋଜଗାର। ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ହେଉଥିବା ମନରେଗା କାର୍ଯ୍ୟକୁ ନେଇ ପୂର୍ବରୁ ଅନେକ ପିଆରଏସଏନ ଉଠିବା ସହ ଅନେକ ସ୍ଥାନରେ ମେସିନ ଦ୍ଵାରା କାର୍ଯ୍ୟ କରୁଥିବା କଥା ପ୍ରମାଣିତ ହୋଇଥିବା ସତ୍ବେ ଏହି ପ୍ରକ୍ରିୟା କମିବାର ନା ନେଉନି। ଯାହାକୁ ନେଇ ପୁଣି କିଛି ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରୁ। ସୂଚନା ଅନୁଯାୟୀ କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରକୋଣ୍ଡା ଗ୍ରାମ ଠାରୁ ଅମୃତସରୋବର କାଙ୍ଗୁରକୋଣ୍ଡା ଯାଏଁ ମନରେଗା ଯୋଜନା ଦ୍ଵାରା ରାସ୍ତା ନିର୍ମାଣ ପାଇଁ ବ୍ୟୟ ଅଟକଳ କରଯାଇଥିଲା। ତେବେ ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହି ରାସ୍ତା କାର୍ଯ୍ୟ ପ୍ରାୟ ୫ ମାସରୁ ଊର୍ଦ୍ଧ୍ଵ ମାସ ପୂର୍ବରୁ ମେସିନ ଦ୍ଵାରା ନିର୍ମାଣ କରାଯାଇଥିବା ବେଳେ ଏହି ରାସ୍ତା କାର୍ଯ୍ୟ ବର୍ତ୍ତମାନ ମଧ୍ୟ ଜାରି ରହିଥିବା ଦର୍ଶାଇ କିଛି ଲୋକଙ୍କ ଫୋଟ ଏନଏମଏମଏସ ମାଧ୍ୟମରେ ଅପଲୋଡ କରି ଟଙ୍କା ଉଠା ଯାଉଛି। ତେବେ ଏଠାରେ ପିଆରଏସଏନ ଉଠୁଛି ଯେ ଏହି ରାସ୍ତା ଯଦି ନିର୍ମାଣ ହୋଇ ସାରିଛି ତେବେ ବର୍ତ୍ତମାନ ଟଙ୍କା କିଭଳି ଭାବେ ଉଠୁଛି। ତେବେ ଏନେଇ ଆମେ ପୂର୍ବରୁ ଏହି କାର୍ଯ୍ୟ ଦାଇତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଶିବାସିସ ବିଶ୍ବାସଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ ଏହି କାର୍ଯ୍ୟ ମୁଁ ଥିବା ସମୟରେ ଏହି ରାସ୍ତା ଶେଷ ହୋଇଯାଇଥିଲା।

ତେବେ ବର୍ତ୍ତମାନ ମୁଁ ଏହି ଦାଇତ୍ଵରେ ନାହି ବୋଲି ପ୍ରକାଶ କରିଥଲେ। ଏହି ବିଷୟରେ ଦାୟିତ୍ୱରେ ଥିବା ଜିଆରଏସଙ୍କୁ ବାରମ୍ବାର ଯୋଗାଯୋଗ କରିବା ସତ୍ବେ ସେ ଫୋନ ଉଠାଇ ନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳି ନଥିଲା। ଏନେଇ ଆମେ କାଲିମେଳା ବିଡିଓ ପ୍ରଦୀପ କୁମାର କରଙ୍କୁ ଯୋଗାଯୋଗ କରିଥିଲୁ, ସେ ଘଟଣା ବିଷୟରେ ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପଠାଇବେ ବୋଲି ପ୍ରକାଶ କରିଛନ୍ତି। ତେବେ ଘଟଣାର ତଦନ୍ତ ହେଲେ ସତ୍ୟତା ସାମ୍ନାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିବା ବେଳେ କେବେ ଏହାର ତଦନ୍ତ ହେଉଛି ଓ କିପରି ପୂର୍ବରୁ ହେଇଥିବା କାର୍ଯ୍ୟର ଟଙ୍କା ବର୍ତ୍ତମାନ ପୈଠ ହେଉଛି ତାହାର ସତ୍ୟତା କେବେ ସାମ୍ନାକୁ ଆସୁଛି ତାକୁ ହିଁ ଅପେକ୍ଷା।

