ନୂଆଦିଲ୍ଲୀ, ୧୭/୦୮(ପାଇକପୁଅ)ସି.ପି ରାଧାକ୍ରିଷ୍ଣନ ହେଲେ ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ। ବିଜେପି ରାଷ୍ଟ୍ରୀୟ ଜେପି ନଡ୍ଡା ତାଙ୍କ ନାଁ ଘୋଷଣା କରିଛନ୍ତି।ସି.ପି ରାଧାକ୍ରିଷ୍ଣନ ବର୍ତ୍ତମାନ ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି। ସେ ତାମିଲନାଡୁର ପୂର୍ବତନ ବିଜେପି ସଭାପତି ଭାବେ କାର୍ଯ୍ୟ କରିଥିଲେ। କୋଏମ୍ବାଟୁର ସଂସଦୀୟ କ୍ଷେତ୍ରରୁ ୨ ଥର ନିର୍ବାଚିତ ହୋଇଥିଲେ।

