ବାରିପଦା,୧୭/୦୮(ପାଇକପୁଅ)ମୟୁର କଳାଭୂମୀ ଅନୁଷ୍ଠାନ ପକ୍ଷରୁ ବାରିପଦା ପୂର୍ଣ୍ଣ ଚନ୍ଦ୍ର ପୁର ୱାର୍ଡନଂ ୧୫ ଠାରେ ଏକ ନୂତନ ନୃତ୍ୟକେନ୍ଦ୍ର ଖୋଲିବ. ଏବଂ ଏହି ନୃତ୍ୟ କେନ୍ଦ୍ର ରେ ନୃତ୍ୟ ପ୍ରଶିକ୍ଷିକ ଭାବରେ ଜାମସେଦପୁରର ବିଶିଷ୍ଟ ନୃତ୍ୟ କରିୟଗ୍ରାଫର ଏସ.କେ. ସାହିଲ ଯୋଗ ଦେଇ ପିଲା ମାନଙ୍କୁ ନୃତ୍ୟ ପ୍ରଶିକ୍ଷଣ ଦେବେ। ଏହି କେନ୍ଦ୍ରରେ ଆଗ୍ରହୀ ଅନାଥ ପିଲା ମାନଙ୍କୁ ମାଗଣାରେ ନୃତ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ତରଫରୁ ନିର୍ଦ୍ଦେଶକ ଦିଲ୍ଲୀପ ପାତ୍ର କହିଛନ୍ତି। ବାରିପଦା ତଥା ମୟୁରଭଞ୍ଜ ଜିଲ୍ଲା ର କୁନି କୁନି କଳାକାର ମାନଙ୍କୁ କିଭଳି ପ୍ରଶିକ୍ଷିତ କରାଯାଇ ଜାତୀୟ ତଥା ଅନ୍ତର୍ଜାତୀୟ ନୃତ୍ୟ ପତିଯୋଗିତା ପାଇଁ ପ୍ରସ୍ତୁତ କରାଯିବ ତାହା ଅନୁଷ୍ଠାନର ମୁଖ୍ୟ ଉଦେଶ୍ୟ ହୋଇଥିବା ବେଳେ, ପ୍ରତି ସପ୍ତାହର ମଙ୍ଗଳବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସଂନ୍ଧ୍ୟା ୬ଟାରୁ ୯ଘଟିକା ପର୍ଯ୍ୟନ୍ତ ଏହି କେନ୍ଦ୍ର ରେ ନୃତ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଜଣାଯାଇଛି।

