ଯୋଡା,୧୭/୦୮(ପାଇକପୁଅ) ଟାଟା ଷ୍ଟିଲ ଯୋଡା ପକ୍ଷରୁ ଭାରତର ୭୯ ତମ ସ୍ଵାଧୀନତା ଦିବସ କୁ ଶୁକ୍ରବାର ଉତ୍ସାହ ଓ ଉଦ୍ଦୀପନା ର ସହ ପାଳନ କରାଯାଇଛି।
ଯୋଡା ସେଣ୍ଟ୍ରାଲ ଅଫିସ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ଟାଟା ଷ୍ଟିଲ ଯୋଡା ଚିଫ ରାଜେଶ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କମ୍ପାନୀର ଅନ୍ୟ ବିଭାଗର ଅଫିସର ଓ କର୍ମଚାରୀ ମାନଙ୍କ ସହ ୟୁନିଅନ୍ ର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।ତାଙ୍କ ଅଭିଭାଷଣରେ ରାଜେଶ କୁମାର ଦେଶପ୍ରତି ଉତ୍ସର୍ଗୀକୃତ ହୋଇ ଏହାର ବିଭିନ୍ନ ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ଵାନ ଦେଇଥିଲେ।
ଅନୁରୂପ ଭାବରେ, ଯୋଡା ଇଷ୍ଟ, ଖଣ୍ଡବନ୍ଧ ଏବଂ ନୀଳାଚଳ ଖଣି ତଥା କଳମଙ୍ଗ ଏବଂ ଗନ୍ଧଲପଦା ପ୍ରକଳ୍ପ ଅଫିସ ରେ ପତାକା ଉତ୍ତୋଳନ କରାଯାଇଥିଲା।ଉଲ୍ଲେଖନୀୟ ସେବା ପାଇଁ ୪୦ ଜଣ ସୁରକ୍ଷା କର୍ମୀ ଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।ଟାଟା ମୁଖ୍ୟ ଚିକିତ୍ସାଳୟ ଯୋଡା ଠାରେ ପତାକା ଉତ୍ତୋଳନ ପରେ ଅନ୍ତଃ ରୋଗୀ ମାନଙ୍କ ମଧ୍ୟରେ ଫଳ ବଣ୍ଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଯୋଡା ସ୍ଥିତ କେନ୍ଦ୍ରୀୟ ଖେଳ ପଡିଆ ଠାରେ, ଟାଟା ଷ୍ଟିଲ ର ଅଫିସର ଏବଂ କର୍ମଚାରୀମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ଖେଳ ର ଆୟୋଜନ କରାଯାଇଥିଲା।

