କୋଣାର୍କ, ୦୩/୧୦(ପାଇକପୁଅ)- ଭାରତୀୟ ଜନତା ପାର୍ଟି ପୁରୀ ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ କୋଣାର୍କ ଯାତ୍ରୀ ନିବାସ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି, ଜିଲ୍ଲା ସଭାପତି ଡକ୍ଟର ଦେବେନ୍ଦ୍ର ନାଥ ତରାଇ ସଭାପତିତ୍ଵ ରେ ଆୟୋଜିତ ଏହି ଦିନ ତମାମ କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ମନମୋହନ ସାମଲ୍ , ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ଜଗସିଂହପୁର ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ , ପୁରୀ ସାଂସଦ ସମ୍ବିତ ପାତ୍ର , ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର , ପୁର୍ବତନ ବିଧାୟକ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ, ପୁରୀର ପୁର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପୁର୍ବତନ ବିଧାୟକ ବ୍ରହ୍ମଗିରି ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ନେତା ପ୍ରଭଞ୍ଜନ ମହାପାତ୍ର, ବିରଞ୍ଚି ନାରାୟଣ ତ୍ରିପାଠୀ, ସୁରଥ ବିଶ୍ୱାଳ, ପୂର୍ଣ୍ଣିମା ନାୟକ ଯୋଗେଦେଇ ଜିଲ୍ଲା ର ସଂଗଠନ ଉପରେ ଆଲୋଚନା କରିଥଲେ , ଦଳର ସାଂଗଠନିକ ଦୃଢ଼ତା, ବେବସ୍ଥା ର ବିକାଶ, ତୃଣମୂଳ ସ୍ତରର ବିକାଶ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଦଳ କିପରି ଦୃଢ଼ ଭାବରେ କାର୍ଯ୍ୟ କରିବ , ପ୍ରତେକ ସାଧାରଣ ଲୋକ ଙ୍କ ର ସମସ୍ୟା ଶୁଣାଯିବ , ଓ ତାର ସମାଧାନ କରାଯିବ , ଦଳର ସଂଗଠନ କୁ ଆହୁରି ଶକ୍ତିଶାଳୀ କରାଯିବ , ସେ ବିଷୟ ରେ ଆଲୋଚନା କରାଯାଇ ଥିଲା , ଏହି କାର୍ଯ୍ଯକ୍ରମ କୁ ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ରଶ୍ମୀ ରଞ୍ଜନ ବିଶ୍ୱାଳ, ମୁନି ନାୟକ, ଚିତରଞ୍ଜନ ବିଶ୍ୱାଳ , ଗଙ୍ଗାଧର ବରାଳ, ଓ ମୀନଲତା ମହାନ୍ତି ବିଭିନ୍ନ ସୂତ୍ରରେ ମଞ୍ଚ ସଂଯୋଜନା କରିଥିଲେ, ପରିଶେଷରେ କୋଣାର୍କ ମଣ୍ଡଳ ସଭାପତି ଗୋପୀନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଯୁବ ନେତା ରଣଜିତ୍ ରାଉତରାୟ, ମଙ୍ଗରାଜ ମୁଦୁଲି , ତୋଫାନ ପାଣ୍ଡିଆ , ଶୁଭେନ୍ଦୁ ମହାନ୍ତି ,ଗଙ୍ଗାଧର ବେଉରା , ସୌମ୍ୟ ସୌରଭ ଦାସ , ଦିଲ୍ଲୀପ ଦାସ , ମନୋଜ ନାୟକ , ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

