ଯୋଡ଼ା, ୦୨/୧୦(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଥିବା ଯୋଡ଼ା ଟ୍ରକମାଲିକ ସଂଘର ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆସନ୍ତା ୧୨ ତାରିଖରେ ଥିବା ନୂତନ କାର୍ଯ୍ୟ କାରିଣୀ କମିଟି ନିର୍ବାଚନ ନିମନ୍ତେ ଗୁରୁବାର ଓ ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ।ପ୍ରଥମ ପକ୍ଷରୁ ସଭାପତି ପ୍ରାର୍ଥୀ ମାତା ପ୍ରସାଦ ଜୟଶୁଆଲ,ସମ୍ପାଦକ ସୁଶାନ୍ତ କୁମାର ବାରିକ,ଉପସଭାପତି ବିଜୁ ଅପାଟ,ଯୁଗ୍ମ ସମ୍ପାଦକ ଅଶୋକ କୁମାର କାରୁଆ ଓ କୋଷାଧକ୍ଷ ଲକ୍ଷଣ ବାରିକ ମଙ୍ଗଳା ମନ୍ଦିରରୁ ପୂଜା କରି ତାଙ୍କ ସପକ୍ଷବାଦୀ ମାନଙ୍କ ସହ ଯାଇ ନୋମିନେସନ ଦାଖଲ କରିଥିଲେ। ଶୁକ୍ରବାର ଦିନ ଦିନ ୧୨ଟା ସମୟରେ ଲଷ୍ମୀ ମନ୍ଦିରରୂ ପୂଜା ଅର୍ଚନା କରି ଚମ୍ପୁଆ ବିଧାୟକଙ୍କ ମୋନାନୀତ ପ୍ରାର୍ଥୀ ସଭାପତି ଭାବେ ରାଜେଶ ରୋଶନ ଉପସଭାପତି ଦିପକ କୁମାର ମହାନ୍ତ, ସମ୍ପାଦକ ରବିନାରାୟଣ ଦାସ,ଯୁଗ୍ମ ସମ୍ପାଦକ ମହେଶ କୁମାର ସିଂ, କୋଷାଧକ୍ଷ ଗୌତମ ବେହେରା ଓ ବହୁ ସମର୍ଥକଙ୍କ ସହ ବାଜା,ରୋଷଣୀ ଓ ନାଚ କରି ନାମାଙ୍କନ ଦାଖଲ କରିଥିଲେ।ସ୍ୱାଧୀନ ଭାବେ ଯୁଗ୍ମ ସମ୍ପାଦକ ପ୍ରାର୍ଥୀ ମାୟା ପାତ୍ର,କୋଷାଧକ୍ଷ ପ୍ରାର୍ଥୀ ସୁଧୀର କୁମାର ତିରିୟା ପ୍ରାର୍ଥୀ ପତ୍ର ଦାଖଲ କରିଥିବାର ଦେଖିବାକୁ ମିଳିଥିଲା। ଏହି ଅବସରରେ କେତକ ଗାଡି ମାଲିକ ଗଣ ମାଧ୍ୟମକୁ କହିଛନ୍ତି ଯେ ଆମେ ୩./୪ଗାଡିର ମାଲିକ ଥିଲୁ କିନ୍ତୁ ବର୍ତ୍ତମାନ କାହା ପାଖରେ ୧ଟା କିମ୍ବା ୨ଟା ଗାଡି ଥିବା ବେଳେ କେହି କେହି ଗାଡି ବିକି ସାରିଲେଣି ତେଣୁ ବର୍ତ୍ତମାନ ଆମେ ଦେଖିବୁ କିଏ ଗାଡି ମାଲିକ ମାନଙ୍କ ସ୍ୱାର୍ଥକୁ ଦେଖିବ ସେହି ମାନଙ୍କୁ ସମର୍ଥନ କରିବୁ। ତେବେ ଦୁହିଙ୍କ ପକ୍ଷରୂ ଯୋଡ଼ା ଖଣି ମଣ୍ଡଳରେ ବୁଲି ସମସ୍ତେ ସଦସ୍ୟ ମାନଙ୍କୁ ନିଜ ଆଡକୁ ଟାଣି ବାକୁ ଜୋରଦାର ପ୍ରୟାସ ଜାରି ରହିଥିବାର ଦେଖିବାକୁ ମିଳୁଛି। ତେବେ ସମୟ କହିବ କିଏ ବାଜିମାତ କରିବ।

