ବାରିପଦା,୨୦/୦୮(ପାଇକପୁଅ) ମୟୂରଭଞ୍ଜରେ ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ପ୍ରସ୍ତୁତି ବୈଠକ ଦଳର ରାଜ୍ୟ ସଭାପତି ତଥା ବାରବାଟି କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସମ୍ପାଦକ ଅଂଶୁମାନ ଦାସଙ୍କ ନେତୃତ୍ୱରେ ବାରିପଦା ଠାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଦଳର ବରିଷ୍ଠ ନେତା ତଥା ରାଜ୍ୟ ଉପ-ସଭାପତି ନିକୁଞ୍ଜ ପଷାୟତ, ରାଜ୍ୟ ଉପ-ସଭାପତି ପ୍ରଦୀପ ପ୍ରଧାନ ଏବଂ ଓଡ଼ିଶା ଯୁବ ଜନତା କଂଗ୍ରେସର ରାଜ୍ୟ ସଭାପତି ଆର୍ଯ୍ୟବୀର ଲେଙ୍କା ଯୋଗଦେଇ ମୟୂରଭଞ୍ଜ ଜିଲ୍ଲାର ମୌଳିକ ସମସ୍ୟା, ଆଗାମୀ ଦିନରେ ସଂଗଠନକୁ କିଭଳି ମଜବୁତ କରାଯିବ ତଥା ଆଗାମୀ ଦିନରେ ଲୋକଙ୍କର ଅଧିକାର ପାଇଁ, ଲୋକଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ଏକତ୍ରିତ ହେଇ ଲଢେଇ କରାଯିବା ବିଷୟରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମରେ ଓଡିଶା ଜନତା କଂଗ୍ରେସ ମୟୂରଭଞ୍ଜରୁ ନରୋତ୍ତମ ମହାନ୍ତ, ଧନୁର୍ଜୟ ସିଂ, ସେକ ସିଦ୍ଦିକି, ମନୋରଞ୍ଜନ ସିଂ, ମୋନାଲିଶା କବାଟ, ସୁମିତ୍ରା ରାଉତ, ମୋନାଲିସା ଗିରି ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ସଂଗଠନକୁ କିଭଳି ମଜବୁତ କରାଯିବା ସହ ୱାର୍ଡ ସ୍ତରରେ ଲୋକଙ୍କ ପାଖକୁ ଦଳ ପହଞ୍ଚିବ ସେ ଦିଗରେ ମତ ରଖିଥିଲେ। ବୈଠକରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ନେତା କର୍ମୀ ଯୋଗଦେଇଥିଲେ।

