ବାରିପଦା,୨୪/୦୮(ପାଇକପୁଅ) ବାରିପଦା ରୋଟାରୀ କ୍ଲବ ଏବଂ ଏମ.ପି.ସି ସ୍ୱାୟଂଶାସିତ ମହାବିଦ୍ୟାଳୟର ରୋଭର ଓ ରେଞ୍ଜର ୟୁନିଟର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଙ୍ଗ ଦାନ ଓ ପ୍ରତ୍ୟାରୋପଣ: ଆବଶ୍ୟକତା ଓ ଆହ୍ୱାନ ସମ୍ବନ୍ଧୀୟ ଏକ ସମ୍ପାନ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ନାରାୟଣ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ପାନରେ ପି.ଆର.ଏମ ଭେଷଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଶରୀରତତ୍ତ୍ୱ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ରାମକୃଷ୍ଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପି.ପି.ଟି ମାଧ୍ୟମରେ ବିଷୟବସ୍ତୁ ଉପରେ ବୈଜ୍ଞାନିକ, ସାମାଜିକ ତଥା ନୈତିକ ଦୃଷ୍ଟିକୋଣରୁ ସବିଶେଷ ଆଲୋଚନା କରିଥିଲେ। ରୋଟାରୀ କ୍ଲବର ସମ୍ପାଦକ ପ୍ରାକ୍ତନ ଅଧ୍ୟକ୍ଷ ସନ୍ଦୀପ କୁମାର ଚାନ୍ଦ ଅଙ୍ଗଦାନ ଓ ପ୍ରତ୍ୟାରୋପଣର ପ୍ରଚଳିତ ବିଧିବିଧାନ ସମ୍ପର୍କରେ ଆଲୋଚନା କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବପ୍ରବଣ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରୋଭର ଲିଡର ତଥା ଦର୍ଶନଶାସ୍ତ୍ରର ସହକାରୀ ପ୍ରଫେସର ଡକ୍ଟର ଦୀପକ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରେଞ୍ଜର ଲିଡର ତଥା ଜୀବବିଜ୍ଞାନର ସହକାରୀ ପ୍ରଫେସର ଡକ୍ଟର ରଶ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ. କ୍ଲବ ତରଫରୁ ଅଂଶଗ୍ରହଣକାରୀମାନଙ୍କୁ ବିଷୟବସ୍ତୁ ସମ୍ପର୍କିତ ସଚେତନତାର ସଂକ୍ଷିପ୍ତ ପୁସ୍ତିକା ପ୍ରଦାନ କରାଯାଇଥିଲା. କ୍ଲବର ସଭାପତି ତିମିର କୁମାର ଘୋଷ ଏବଂ ଅରୁଣ କୁମାର ଦାଶ, ଭବାନୀ ଶଙ୍କର ସାହୁ, ଜିତେନ୍ଦ୍ର ପଟେଲ, ଡକ୍ଟର ପୁଷ୍ପାରାଣୀ ପାତ୍ର, ପ୍ରୀତିସୁଧା ତ୍ରିପାଠୀ, ବୀରେନ୍ଦ୍ରନାଥ ସାହୁ, ସୁନୀତ ପୁରୀ, ରାକେଶ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

