ବାରିପଦା, ୨୪/୦୮(ପାଇକପୁଅ) ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସା ପଦ୍ଧତିର ପ୍ରଚାର-ପ୍ରସାର ଏବଂ ଏହାର ଉପକାରିତା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ହୋପ୍ସ ଟ୍ରଷ୍ଟ ପକ୍ଷରୁ ଗାଙ୍ଗରାଜ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ଏକ ନିଶୁଳ୍କ ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିବିର ତଥା ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଶତାଧିକ ଲୋକ ଯୋଗଦେଇ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ପ୍ରକାଶ କୁମାର ମଣ୍ଡଳ, ଡାକ୍ତର ରଜତ କୁମାର ନାୟକ, ଡାକ୍ତର ସ୍ମୃତି ରଞ୍ଜନ ବେହେରା ଏବଂ ଡାକ୍ତର ସୋନାଲି ମିଶ୍ରଙ୍କ ଠାରୁ ଚିକିତ୍ସା ପରାମର୍ଶ ନେବା ସହ ଆବଶ୍ୟକତା ଅନୁଯାୟୀ ରୋଗୀ ମାନଙ୍କୁ ନିଃଶୁଳ୍କ ଆୟୁର୍ବେଦିକ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା. ଏହି ଅବସରରେ ଗାଙ୍ଗରାଜ ଗ୍ରାମ ପଞ୍ଚାୟତର ସରପଞ୍ଚ ଦିଲୀପ କୁମାର ନାୟକ ମୁଖ୍ୟ ଅତିଥି ଏବଂ ରେଡକ୍ରସର ଆଜୀବନ ସଦସ୍ୟ ଅମର ସେଠୀ, ପଞ୍ଚାୟତ ସମିତି ସଦସ୍ୟ କୃଷ୍ଣଚନ୍ଦ୍ର ମହାକୁଡ଼ ଓ ବରିଷ୍ଠ ଆଇନଜୀବୀ ଦୀପକ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ, ହୋପ୍ସ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଜୟଶ୍ରୀ ଜେନା, ଅଧ୍ୟକ୍ଷ ତାପସ କୁମାର ନାୟକ, ସଦସ୍ୟ ଦୀପଙ୍କର ପରିଡ଼ା, ସୁବ୍ରତ କୁମାର ଜେନା, ସୁଜାତା ପୁଟି, ସୌମ୍ୟରଞ୍ଜନ ଦଳେଇ, ସୁଦୀପ ପାତ୍ର, ସମ୍ବିତ ଜେନା, ଗଣେଶ ଚନ୍ଦ୍ର କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

