ଯୋଡ଼ା, ୧୨/୮ (ପାଇକପୁଅ) : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ପକ୍ଷରୁ ବୁଧବାର ସକାଳେ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ନେଇ ଏକ ବିଶାଳ ତ୍ରିରଙ୍ଗାଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ପ୍ରଧାନମନ୍ତ୍ରୀ ଙ୍କ ଆହ୍ବାନ କ୍ରମେ ହର ଘର ତ୍ରିରଙ୍ଗା ଅଭିଯାନ ରେ ଉତ୍ସାହର ସହିତ ଅଂଶ ଗ୍ରହଣ କରିବାକୁ ଏବଂ ଏକ ବିକଶିତ ଭାରତ ଗଠନ କରିବା ଦିଗରେ ନିଜକୁ ସାମୁହିକ ସଂକଳ୍ପ ଦୋହରାଇବାକୁ ଆହ୍ବାନ ଦେଇଛନ୍ତି ଓ କହିଛନ୍ତି ତ୍ରିରଙ୍ଗା ପତାକା ଭାରତର ଗୌରବ ର ପ୍ରତୀକ।ଜାତୀୟ ପତାକା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟତାବୋଧକୁ ଜନମାନସରେ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା।
ପୌରପାଳିକା କାର୍ଯ୍ୟାଳୟ ପରିସରରୁ ସକାଳ ପ୍ରାୟ ୯ଟାରେ ତ୍ରିରଙ୍ଗା ଯାତ୍ରା ଶୁଭାରମ୍ଭ ହୋଇଥିଲା। , ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଚନ୍ଦ୍ରଗୁପ୍ତ ପ୍ରସାଦ, ବିଜେପି ଜିଲ୍ଲା ସଭାପତି ସୁକଦେବ ମହାନ୍ତ, ବରିଷ୍ଠ ନେତା ମୁରଲୀ ଶର୍ମା,ସାଂସଦ ପ୍ରତିନିଧି ନୀଳମଣି ମହାନ୍ତ, ଯୁବନେତା ଚର୍ଚିଲ ମହାକୁଡ଼ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଯାତ୍ରାରେ ଯୋଗଦେଇଥିଲେ।
ଏହାସହ ଯୋଡ଼ା ସହରର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ଧରି ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ଦେଇଥିଲେ। ଚଳିତ ବର୍ଷ ହର୍ଘର ତ୍ରିରଙ୍ଗା ଅଭିଯାନ ବନ୍ଦେ ମାତରଂ କୁ ସମର୍ପିତ,କାରଣ ଦେଶ ଏହି ରାଷ୍ଟ୍ରୀୟ ସଙ୍ଗୀତ ର ୧୫୦ ତମ ଜୟନ୍ତୀ ପାଳନ କରୁଛି।‘ଭାରତ ମାତା କି ଜୟ’, ‘ବନ୍ଦେ ମାତରମ୍’ ଆଦି ଦେଶାତ୍ମବୋଧକ ସ୍ଲୋଗାନରେ ସହରର ପରିବେଶ ଉତ୍ସବମୁଖର ହୋଇଉଠିଥିଲା।
ତ୍ରିରଙ୍ଗା ଯାତ୍ରା ପୌରପାଳିକା କାର୍ଯ୍ୟାଳୟରୁ ବାହାରି ଯୋଡ଼ା ବସ୍ଷ୍ଟାଣ୍ଡ ଦେଇ ଲକ୍ଷ୍ମୀ ମନ୍ଦିର ନିକଟରେ ପହଞ୍ଚି ସମାପ୍ତ ହୋଇଥିଲା। ଏହି ଅବସରରେ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ସହ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ କରି ଦେଶପ୍ରେମର ଭାବନାକୁ ପ୍ରକାଶ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।
ସଭାଯାତ୍ରା ମାଧ୍ୟମରେ ଜାତୀୟ ପତାକା ପ୍ରତି ସମ୍ମାନ, ଦେଶର ଅଖଣ୍ଡତା ଓ ଜାତୀୟ ଏକତାର ବାର୍ତ୍ତା ସହରବାସୀଙ୍କ ମଧ୍ୟରେ ପହଞ୍ଚାଇବା ସହ ଯୁବପିଢ଼ିଙ୍କ ମନରେ ଦେଶପ୍ରେମର ଚେତନା ଜାଗ୍ରତ କରିବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଆୟୋଜକ ମାନେ କହିଥିଲେ ଏହି ତ୍ରିରଙ୍ଗା ପଦ ଯାତ୍ରା ରେ ଯୋଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସାମଲ ଓ ଅନ୍ୟାନ୍ୟ ଥାନାର କର୍ମଚାରୀ ଙ୍କ ସହିତ ବଡ଼ବିଲ ଏ ଦି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ଯୋଗ ଦେଇ ଶାନ୍ତି ଶ୍ରୁଖଳା ରକ୍ଷା କରି ଥିଲେ।

