ବାରିପଦା,୧୦/୦୮(ପାଇକପୁଅ) ମୟୁରଭଞ୍ଜ ଜିଲ୍ଲା ଶାମାଖୁଟା ବ୍ଲକ ଅନ୍ତର୍ଗତ ବାଲିଡିହା ପଂଚାୟତର ବଡକୁଚିଆମାରା ଗ୍ରାମରେ ଭାରତ ମୁଣ୍ଡା ସମାଜ ଓ ଆଦିବାସୀ ମହାସଂଘ ଓଡିଶା ତରଫରୁ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି।ଏଥିରେ ଭାରତ ମୁଣ୍ଡା ସମାଜ ଓଡିଶା ରାଜ୍ୟ ସଭାପତି ରବିନ୍ଦ୍ରନାଥ ସିଂହ ସଭାପତିତ୍ବ କରି ତାଙ୍କର ପ୍ରାରମ୍ଭିକ ବକ୍ତବ୍ୟରେ ବିଶ୍ଵ ଆଦିବାସୀ ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରି ଆଦିବାସୀ ମାନଙ୍କର ଜମି, ଜଙ୍ଗଲ ଅଧିକାର ଉପରେ ଆସିଥିବା ଆକ୍ରମଣ, ବିସ୍ଥାପନ ନୀତି ତଥା ସଂରକ୍ଷଣ ବିରୋଧୀ ଷଡଯନ୍ତ୍ରକୁ ଘୋର ବିରୋଧ କରିଥିଲେ। ସଂଘର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ନାଥ ସିଂହ ବିର୍ସାମୁଣ୍ଡାଙ୍କ ନେତୃତ୍ୟରେ ତତ୍କାଳୀନ ବ୍ରିଟିଶ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ଆଦିବାସୀ ମାରଣା ନୀତି ବିରୋଧରେ ଆଦିବାସୀ ମାନେ ସ୍ବର ଉତୋଳନ କରିଥିଲେ ଓ ସ୍ବାଧୀନତା ଆନ୍ଦୋଳନରେ ମଧ୍ୟ ଝାସ ଦେଇଥିଲେ।କିନ୍ତୁ ସ୍ବାଧୀନତାର ୭୯ ବର୍ଷ ପରେ ମଧ୍ୟ ମୁଣ୍ଡା ଆଦିବାସୀଙ୍କର ସର୍ବପୁରାତନ ମୁଣ୍ଡାରୀ ଭାଷା ଓ ଆଦିବାସୀ ଧର୍ମକୁ ସରକାରୀ ସ୍ଵିକୃତି ଦେଇ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।
ଶିକ୍ଷା ସ୍ବାସ୍ଥ୍ୟ ଆର୍ଥିକ ଓ ସାମ୍ବିଧାନିକ କ୍ଷେତ୍ରରେ ମଧ୍ୟ ଆଦିବାସୀ ମାନଙ୍କର ଆଶାନୁରୂପ ପ୍ରଗତି ହୋଇନାହିଁ। ଏପରିକି ଓଡିଶାରେ ପେସା ଆଇନ, ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ ବୋଲି ସଂଘର ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ସିଂ, କୋଷାଧ୍ୟକ୍ଷ ବାଇଧର ସିଂ, ଯୁବକମିଟିର ଅଧ୍ୟକ୍ଷ ସବରନ ସିଂ, ଓଡିଶା ମୁଣ୍ଡା ଛାତ୍ର ସଂଘର ସଭାପତି ମଙ୍ଗଲ ସିଂ ପ୍ରମୁଖ ଯୋଗଦେଇ ବକ୍ତବ୍ୟରେ କହିଥିଲେ. ଶେଷରେ ଶୁକଲାଲ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

