ବାରିପଦା,୦୭/୦୮(ପାଇକପୁଅ)ଆମ୍ବଯୋଡା ସ୍ଥିତ ସତ୍ୟନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅରୁଣ କୁମାର ସାତୁଆଙ୍କ ଉଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ ଦୀପାଳୀ ସିଂ, ପରିଚାଳନା କମିଟି ସଭାପତି ଜାଗେନ ଟୁଡୁ , ଆଲୁମିନି କମିଟି ସଭାପତି ଶଶିଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ. କାର୍ଯକାରୀ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତି ହେମ୍ବ୍ରମ, ନରେନ୍ଦ୍ର ବେହେରା, ଦିବ୍ୟପ୍ରଭା ମାଝୀ, ବିଷ୍ଣୁପ୍ରିୟା ବେହେରା, ସାଗତିକା ପରିଡ଼ା, ମିନାକ୍ଷି କୁଅଁର, ପ୍ରିୟବ୍ରତ ବେହେରା, ନବକିଶୋର ବିଦ୍ଧାଣୀ, ରଂଜନ ବାରିକ ପ୍ରମୁଖ ପ୍ରଧାନ ଶିକ୍ଷକଙ୍କ ଗୁଣଗାନ କରିବା ସହିତ ତାଙ୍କର ୫ ବଷର କାର୍ଯକୁ ପ୍ରଶଂସା କରିଥିଲେ। ପ୍ରଧାନ ଶିକ୍ଷକଙ୍କୁ ମାନପତ୍ର ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଏକ ବିଶାଳ ସଭା ଯାତ୍ରାରେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କମିଟି ମେମ୍ବର, ଗ୍ରାମ ବାସି ପ୍ରଧାନ ଶିକ୍ଷକଙ୍କୁ ବିଦାୟ ଦେଇଥିଲେ।

