ବାରିପଦା,୦୪/୦୮(ପାଇକପୁଅ)କୋଲକାତାର ଐତିହାସିକ ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ୧୦ମ ଆନ୍ତର୍ଜାତୀୟ ଓପେନ କରାଟେ ଚ୍ୟାମ୍ପିୟନସିପ ଆୟୋଜିତ ହୋଯାଇଥିବା ବେଳେ, ବାରିପଦାର ଉତ୍କଳ କରାଟେ ସ୍କୁଲର ପ୍ରତିଭାଶାଳୀ ଖେଳାଳିମାନେ ପୁଣିଥରେ ଆନ୍ତର୍ଜାତୀୟ ମଞ୍ଚରେ ନିଜ ପ୍ରତିଭାର ଉତ୍କୃଷ୍ଟ ପ୍ରଦର୍ଶନ କରି ମୟୂରଭଞ୍ଜ ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ବାରିପଦା ଦାର୍ଗଡାହିସ୍ଥିତ ଯୁବ୍ଲି ମଣ୍ଡପ ନିକଟସ୍ଥ ଉତ୍କଳ କରାଟେ ସ୍କୁଲର ଖେଳାଳିମାନେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତି ନିଜର ଦମଦାର ପ୍ରଦର୍ଶନ କରିଛନ୍ତି।ଅଲ ଇଣ୍ଡିଆ ସେଶିନକାଇ ଶିତୋ ର୍ୟୁ କରାଟେ ଡୋ ଫେଡେରେସନର ତତ୍ତ୍ୱାବଧାନରେ ଆୟୋଜିତ ଏହି ତିନି ଦିନିଆ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଉତ୍କଳ କରାଟେ ସ୍କୁଲର ମୁଖ୍ୟ ପ୍ରଶିକ୍ଷକ ରେଂଶି ସୁଶାନ୍ତ ବାରିକ ଏବଂ କୋଚ ସାଇ ସୁନ୍ଦର ବାରିକ ଙ୍କ ତତ୍ତଵାବଧାନରେ ମୋଟ ୮ ଜଣ ଖେଳାଳି ଅଂଶ୍ରହଣ କରିଥିଲେ।ସେଥି ମଧ୍ୟରୁ ୭ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ , ୫ଟି କାଂସ୍ୟ ପଦକ ହାସଲ କରିଛନ୍ତି। ତନ୍ମଧ୍ୟରୁ କାତା ବିଭାଗରେ ରେ ଆଦିର ଦେ, ସମୀକ୍ଷା ବାରିକ, ବୈଭବ ପଟ୍ଟନାୟକ, ରିତିକା ରାଣୀ ବେହେରା , ତାନ୍ୟ ତାପ୍ତି ମହାନ୍ତି ସ୍ବର୍ଣ୍ଣ ପଦକ, ଜିଜ୍ଞାସା ବାସୁରି ରୋପ୍ୟ ପଦକ , ଆରୋହି ମହାପାତ୍ର କାଂସ୍ୟ ପଦକ ଏବଂ କୁମିତେ ବିଭାଗରେ ଆଦିର ଦେ, ରିଟିକା ରାଣୀ ବେହେରା ସ୍ବର୍ଣ୍ଣ ପଦକ, ତାନ୍ୟା ତାପ୍ତୀ ମହାନ୍ତି, ସମୀକ୍ଷା ବାରିକ, ବୈଭବ ପଟ୍ଟନାୟକ, ଆରୋହି ମହାପାତ୍ର, ଜିଜ୍ଞାସା ବାସୁରୀ କାଂସ୍ୟ ପଦକ ହାସଲ କରି ସ୍କୁଲ ସହ ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି। ଏହି ସଫଳତା ପରେ ସ୍କୁଲ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପନିର୍ଦ୍ଦେଶକ କରୁଣାକର ହେମ୍ବ୍ରମ ଅତିଥି ଭାବେ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇବା ସହିତ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

