ବାରିପଦା, ୦୨/୦୮(ପାଇକପୁଅ) ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ନାଟ୍ୟ ସଂସ୍ଥା ଆମେ ବାରିପଦା ଦ୍ୱାରା ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ଜାତୀୟ ନାଟ୍ୟମହୋତ୍ସବ ଅବସରରେ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମହାବିଦ୍ୟାଳୟ ସ୍ତରରେ ନୃତ୍ୟ ଓ ମଞ୍ଚ ସଞ୍ଚାଳନା ପ୍ରତିଯଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯଯୋଗିତାକୁ ଅନୁଷ୍ଠାନିକ ଭାବେ ମହାବିଦ୍ୟାଳୟର ଅଧକ୍ଷା ଡ଼ଃ ସାଗରିକା ସିଂ ଉଦଘାଟନ କରିଥିବା ବେଳେ ଜାତୀୟ ନାଟ୍ୟମହୋତ୍ସବର ଆବାହକ ବିଶିଷ୍ଟ ଅଭିନେତା ତଥା ନାଟ୍ୟ ନିର୍ଦେଶକ ଚିନ୍ମୟ କୁମାର ଦାସପଟ୍ଟନାୟକ ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକାରୀ ସମ୍ପାଦକ ରାଜୀବ କୁମାର ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ବିଚାରକ ମଣ୍ଡଳୀ ଭାବେ ଜୟନ୍ତ ସେନାପତି, ଅନୁବାଳା ମହାନ୍ତି, ବର୍ଣ୍ଣରୁପା ମହାନ୍ତି, ମୂର୍ଚ୍ଛନା ମହାନ୍ତି, ପ୍ରୟାଶ ଶତପଥି ଓ ପ୍ରଦୀପ କୁମାର ସରଘରିଆ ଯୋଗ ଦେଇଥିଲେ।ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ସେମାଙ୍କର ଉତ୍କର୍ଷତା ପ୍ରଦର୍ଶନ କରି ଉପସ୍ଥିତ ଛାତ୍ରଛାତ୍ରୀ ଓ କଳାପ୍ରେମୀ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ନାଟ୍ୟମହୋତ୍ସବର ଅନ୍ତିମ ରଜନୀରେ ବିଜେତା ମାନଙ୍କ ନାମ ଘୋଷଣା ସହ ପୁରସ୍କୃତ କରାଯିବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସପଟ୍ଟନାୟକ ପ୍ରକାଶ କରିଛନ୍ତି।ଏହି ମହୋତ୍ସବ ଅବସରରେ ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରୀୟ ନାଟକ ଲିଖନ ପ୍ରତିଯଯୋଗିତା ସାଙ୍ଗକୁ ହାଇସ୍କୁଲ ସ୍ତରୀୟ ଏକକ ଅଭିନୟ, ମୁକ ଅଭିନୟ, ନୃତ୍ୟ ଓ ମଞ୍ଚ ସଂଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ମିଡ଼ିଆ ସଂଯୋଜକ ସୋମନାଥ ସିଂହ ପ୍ରକାଶ କରିଛନ୍ତି।

