ବାରିପଦା, ୦୨/୦୮(ପାଇକପୁଅ)ସ୍ଥାନୀୟ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଇଟିଇପି ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କର ଦୁଇ ସପ୍ତାହ ଧରି ଚାଲିବାକୁ ଥିବା ଇଣ୍ଡାକସନ କାର୍ଯ୍ୟକ୍ରମ ଉଦଘାଟିତ ହୋଉଯାଇଛି।ପ୍ରାରମ୍ଭରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଓ ପ୍ରଫେସର ମାନେ ଅଂଶଗ୍ରହଣ କରିଥିଲେ।ଏଥିରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଇଟିଇପି ଶିକ୍ଷାର ମହତ୍ତ୍ୱ ଓ ଛାତ୍ର ଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ।ଉଚ୍ଚଶିକ୍ଷା ବିଭାଗର ବହୁ ଉଚ୍ଚ ପଦାଧିକାରୀ ଏଥିରେ ଯୋଗଦେଇ ବକ୍ତବ୍ୟ ଉପସ୍ଥାପନା କରିଥିଲେ।ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦର୍ଶ ଶିକ୍ଷକ ହେବାପାଇଁ ଆବଶ୍ୟକ ଜ୍ଞାନ ଓ ଦକ୍ଷତାର ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭାଗୀୟ ମୁଖ୍ୟ କ୍ୟାପଟେନ ଡକ୍ଟର ବିଦ୍ୟୁତ ପ୍ରଭା ଦାସଙ୍କ ସଭାପତିତ୍ୱରେ ଡକ୍ଟର ସଦାନନ୍ଦ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବକ୍ତା ଭାବେ ଡକ୍ଟର ସରୋଜ ନାୟକ ଯୋଗଦେଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ ପ୍ରଫେସର ଡକ୍ଟର ଧନଞ୍ଜୟ ସିଂ, ସୁଶାନ୍ତ କୁମାର ରଣା, ଡକ୍ଟର ଭାଦବ ହେମ୍ବ୍ରମ, ଡକ୍ଟର ନିରୁପମା ନାୟକ, ଡକ୍ଟର ଦିଲ୍ଲୀପ କୁମାର ଦଳେଇ, ମାନସ କୁମାର ବେହେରା, କୃଷ୍ଣା ସିଂ, ରିଚା ବିଶ୍ୱାଳ, ସାନି ସାୟନ୍ତିନି, ବୈଜୟନ୍ତୀ ଧରା, ସବିତା ଶୋଭା ପ୍ରଧାନ, ସୁଶ୍ରୀ ସଂଗୀତା ପାତ୍ର, ପ୍ରଶାନ୍ତ କୁମାର ଘଡେଇ, ରାଜେନ୍ଦ୍ର ବେହେରା, ଉମେଶ ଚନ୍ଦ୍ର ମାଝୀ, ପ୍ରଦୀପ କୁମାର ମଲ୍ଲିକ, ଦୁର୍ଗାଚରଣ ମାଝୀ ବିଭିନ୍ନ ପର୍ଯ୍ୟାୟରେ ଯୋଗ ଦେଇଥିଲେ।ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଇଟିଇପି ଶିକ୍ଷା ୨୦୨୩ ଠାରୁ ଆରମ୍ଭ ହୋଇଥିବା ବେଳେ ଅନ୍ୟ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷ ଠାରୁ ଆଡ଼ମିସନ ଆରମ୍ଭ ହୋଇଥିବା ପରିପେକ୍ଷୀରେ ନବାଗତ ଛାତ୍ର ଛାତ୍ରୀଙ୍କ ସ୍ୱାଗତ ନିମନ୍ତେ ଏହି କାର୍ଯ୍ୟକ୍ରମ କେନ୍ଦୀୟ ଭାବେ ଆୟୋଜିତ ହୋଇଥିଲା।

