ବାରିପଦା, ୨୮/୦୭(ପାଇକପୁଅ)ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମାନଙ୍କୁ ଡିଜିଟାଲ ବାଣିଜ୍ୟ କ୍ଷେତ୍ରରେ ସଶକ୍ତ କରିବା ଉଦ୍ଦେଶ୍ୟରେ ଏମଏସଏମଇ ଟିମ ପକ୍ଷରୁ ଏକ ସଚେତନତା କର୍ମଶାଳା ବାରିପଦା ଠାରେ ଆୟୋଜିତ ହେବା ନେଇ ଆଜି ଅପରାହ୍ନରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମି ଳନୀ ଅନୁଷ୍ଠିତ ହୋଇଯାଇଛି।ସାମ୍ବାଦିକ ସମ୍ମିଳନୀରେ ଏନଏସଆଇସି ର ଜୋନାଲ ଜେନେରାଲ ମେନେଜର ମନୋଜ ମୋହନ ସ୍ନିହା, ଡେପୁଟି ଜେନେରାଲ ମେନେଜର କମଲ ଲୋଚନ ନାୟକ, ଓଡିଶା ୟଙ୍ଗ ଏଣ୍ଟରପ୍ରେନୁର୍ସ ଅସୋସିଏସନର ସଭାପତି ଚନ୍ଦନା ଦାସ, ବିଶିଷ୍ଟ ଉଦ୍ୟୋଗୀ ବିପ୍ଳବ କୁମାର ବୁଗୁଡେଇ ପ୍ରମୁଖ ଯୋଗଦେଇ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାନେ ଓପେନ ନେଟୱର୍କ ଫର ଡିଜିଟାଲ କମର୍ସ (ଓଏନଡିସି) ର ସୁବିଧା ଓ ବ୍ୟବସାୟିକ ସମ୍ଭାବନା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ଅବଗତ କରାଇବା ପାଇଁ ବାରିପଦା ସହିଦ ସ୍ମୃତି ଭବନ ଠାରେ ଏକ ବିଶାଳ ସଚେତନତା ଶିବିର ୨୯ ତାରିଖ ଆୟଜିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ । ନେସନାଲ ସ୍ମଲ ଇଣ୍ଡଷ୍ଟ୍ରିଜ କର୍ପୋରେସନ (ଏନଏସଆଇସି ) ଏବଂ ଓଏନଡିସି ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତି ଅନୁଯାୟୀ ଏମଏସଏମଇ ଗୁଡ଼ିକୁ ଇ-କମର୍ସ ପ୍ଲାଟଫର୍ମରେ ଯୋଡ଼ିବା, ଉତ୍ପାଦ କ୍ୟାଟାଲଗିଂ, ବଜାର ବିସ୍ତାର ଓ ଡିଜିଟାଲ ବିକ୍ରୟ ବୃଦ୍ଧି ନେଇ ବିସ୍ତୃତ ଆଲୋଚନା କରାଯିବ। ଓଏନଡିସି ରେ ଯୋଗଦାନ କରି ଏମଏସଏମଇ ଉଦ୍ୟୋଗୀ ମାନେ ଦେଶବ୍ୟାପୀ ଗ୍ରାହକଙ୍କ ପାଖରେ ପହଞ୍ଚିବା ସହ ବ୍ୟବସାୟ ବୃଦ୍ଧିର ସୁଯୋଗ ପାଇବେ ବୋଲି ବକ୍ତାମାନେ କହିଥିଲେ।
କାର୍ଯ୍ୟକ୍ରମଟି ନେସନାଲ ସ୍ମଲ ଇଣ୍ଡଷ୍ଟ୍ରିଜ କର୍ପୋରେସନ (ଏନଏସଆଇସି ) ଓ ଓଡିଶା ୟଙ୍ଗ ଏଣ୍ଟରପ୍ରେନେର ଅସୋସିଏସନ ର ସହଯୋଗରେ ଆୟୋଜିତ ହେବ ବୋଲି ଜଣାଯାଇଛି।ଏହି କର୍ମଶାଳା ଏମଏସଏମଇ କ୍ଷେତ୍ରର ଉନ୍ନତି ଓ ଡିଜିଟାଲ ଅର୍ଥନୀତିରେ ଓଡ଼ିଶାର ଉଦ୍ୟୋଗୀମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।

