ଯୋଡ଼ା, ୨୮/୦୭(ପାଇକପୁଅ)ଯୋଡା ପୌରପାଳିକା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କୁନ୍ଦୁରୁନାଳା, ଯୋଡ଼ା ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ମଙ୍ଗଳବାର ଦିନ ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଯୋଡା ଟ୍ରକ ଓନର ଆସୋସିଏସନ୍ ର ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଏବଂ ଉତ୍ତର ସମ୍ଭାଗ ସଂଯୋଜକ ଶ୍ରୀ ରାହାସ ବିହାରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ମେଳାର ଉଦ୍ଘାଟନ କରିଥିଲେ।
ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀ ଅଜୟ ଗୋପାଳ ଦାଶ, ସମ୍ପାଦକ ଶ୍ରୀ ଅରିଜିତ୍ ମୁଖାର୍ଜୀ ଓ ଯୁଗ୍ମ ସମ୍ପାଦକ ଶ୍ରୀ ବସନ୍ତ କୁମାର ବେହେରା ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭଗବାନ ବର୍ଦ୍ଧନ ବିଜ୍ଞାନ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବିଜ୍ଞାନ ପ୍ରମୁଖ ଶ୍ରୀମତୀ ରାଜେଶ୍ୱରୀ ପ୍ରଧାନ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ।
ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ଚିତ୍ତରଞ୍ଜନ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ବିସ୍ମିତା ପ୍ରଧାନ ଓ ଶ୍ରୀମତୀ ଲିଲିବାଲା ମହାନ୍ତ ମଞ୍ଚ ପରିଚାଳନା କରିଥିଲେ।
ଏହି ଜ୍ଞାନ ବିଜ୍ଞାନ ମେଳାରେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ, ପ୍ରଶ୍ନମଞ୍ଚ ଏବଂ ପତ୍ରବାଚନ ପ୍ରତିଯୋଗିତାରେ ମୋଟ ୫୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଯାପନୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା।
ବିଚାରକ ଭାବେ ଶ୍ରୀ ସଞ୍ଜୟ କୁମାର ନାଏକ, ଶ୍ରୀ ଅନିଲ କୁମାର ଗିରି, ଶ୍ରୀମତୀ ସ୍ୱପ୍ନା ଦାଶ ଏବଂ ଶ୍ରୀମତୀ ସୁକାନ୍ତି ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ। ଶ୍ରୀମତୀ ଅମୃତା ରାଣୀ ସିଂ ବିବରଣୀ ପାଠ କରିଥିବା ବେଳେ ଶ୍ରୀ ଜୟ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ଶ୍ରୀମତୀ ପ୍ରିୟଙ୍କା ବେହେରାଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା, ସେବକ ଓ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।

