ବାରିପଦା,୨୮/୦୭(ପାଇକପୁଅ)ମୟୂରଭଞ୍ଜ ପେଟ୍ରୋଲିୟମ ଡିଲର ଆସୋସିଏସନ ତରଫରୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥଯାତ୍ରା ପାଇଁ ୫୧ ହଜାର ଟଙ୍କାର ଏକ ଚେକ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ ଜିଲ୍ଲାପାଳ ତଥା ଦେବତ୍ତୋର କାର୍ଯ୍ୟନିର୍ବାହୀ ଅଧିକାରୀ କସ୍ତୁରୀ ପଣ୍ଡାଙ୍କୁ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି।ଜିଲ୍ଲା ପେଟ୍ରୋଲ ପମ୍ପ ଏସୋସିଏସନର ସଭାପତି ସତୀଶ କୁମାର ସାହୁଙ୍କ ନେତୃତ୍ବରେ ପୂର୍ବତନ ସଭାପତି ଓମପ୍ରକାଶ ଅଗ୍ରୱାଲ, ପୂର୍ବତନ ସଂପାଦକ ଦେବାଶିଷ ପଣ୍ଡା, ସଦସ୍ଯ ବ୍ରଜମୋହନ ବେହେରା, ରବୀନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଚେକ ପ୍ରଦାନ କରିଥିଲେ।

