ବାରିପଦା, ୨୫/୦୭(ପାଇକପୁଅ)ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ବାହୁଡା ଯାତ୍ରାର ଆଜି ପ୍ରଥମ ଦିନରେ ରଥ ଉପରେ ତିନିଠାକୁର ଏକାଦୋଶୀ ପାଳନ କରିଥିଲେ। ଦିନ ମିନିଟ ସମୟରେ ପ୍ରଥମେ ଜଗନ୍ନାଥଙ୍କ ୧୬ ଚକ ବିଶିଷ୍ଟ ନନ୍ଦିଘୋଷ ରଥକୁ ଗୁଣ୍ଡିଚା ମନ୍ଦିର ନିକଟରୁ ଭକ୍ତମାନେ ଟାଣିନେଇ ଶ୍ରୀ ମନ୍ଦିର ସମ୍ମୁଖ ପହଞ୍ଚାଇ ଥିଲେ।ପରେ ପରେ ଦେବୀ ସୁଭଦ୍ରାଙ୍କର ୧୨ ଚକ ବିଶିଷ୍ଟ ଦେବଦଳନ ରଥକୁ ପରମ୍ପରା ମୁତାବକ କେବଳ ମହିଳା ଭକ୍ତ ମାନେ ଟାଣିନେଇ ବାରିପଦା ଟାଉନ ଥାନା ସମ୍ମୁଖରେ ପହଞ୍ଚାଇଥିଲେ।ଆଜି ମହାପ୍ରଭୁଙ୍କ ବାହୁଡା଼ ଯାତ୍ରାରେ ବହୁ ପ୍ରମୁଖ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇ ରଥଟାଣି ଥିବା ବେଳେ, କାଳିଆର ନନ୍ଦିଘୋଷ ରଥଦଉଡି ଟିକେ ଧରିବାକୁ ଭକ୍ତମାନେ ବ୍ୟାକୁଳ ହୋଇ ପରସ୍ପର ଭିତରେ ପ୍ରତିଯୋଗିତା କରୁଥିଲେ।ଆଜି ରଥଯାତ୍ରା ପାଇଁ ବାରିପଦା ବଡ଼ଦାଣ୍ଡ ଲୋକାରଣ୍ୟ ହୋଇ ଉଠିଥିଲା।ବଡ଼ ଦାଣ୍ଡରେ ଖୋଳ କୀର୍ତ୍ତନ, ଓଡିଶୀ, ଛଉ, ପାଇକ ନୃତ୍ୟ ସହ ଆଦିବାସୀ ନୃତ୍ୟର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା।ଘଣ୍ଟଘଣ୍ଟା, ଶଙ୍ଖ ଧ୍ଵନିସହ ଜୟ ଜଗନ୍ନାଥ ଏବଂ ହରିବୋଲ ଧ୍ଵନୀରେ ଉଛୁଳି ପଡୁଥିଲା ୨ୟ ଶ୍ରୀକ୍ଷେତ୍ର ବାରିପଦା ବଡ଼ଦାଣ୍ଡ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବ୍ୟାକୁଳ ହେଉଥିଲେ ହଜାର ହଜାର ଭକ୍ତ ରଥ ଉପରୁ ପଣ୍ଡିତ ଭାଗବତ ପଣ୍ଡାଙ୍କ ଧାରା ବିବରଣୀ ସମସ୍ତଙ୍କୁ ଆକୃଷ୍ଟ କରୁଥିବା ବେଳେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବଡ଼ ଦାଣ୍ଡର ବିଭିନ୍ନ ସ୍ଥାନରେ ଧାରା ବିବରଣୀ ପ୍ରଦାନ କରାଯାଉଥିଲା।ତେବେ ଆଜି ବର୍ଷା ପାଗ ଲାଗି ରହିଥିଲେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।ରଥ ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ନିୟନ୍ତ୍ରଣ ରେ ପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ସେହିପରି ଆଜି ସମଗ୍ର ବାରିପଦା ବଡ଼ଦାଣ୍ଡ ରଥମୟ ହୋଇ ରହିଥିବାରୁ ଏବଂ ରଥ ଉପରେ ଶ୍ରୀ ବିଗ୍ରହ ମାନେ ବିରାଜମାନ କରିଥିବାରୁ ବର୍ଷା ସତ୍ୱେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ ଏବଂ ପୂଜା କରିବାକୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଲାଗିଛି. ତେବେ ଛୋଟ ମୋଟ ଘଟଣାକୁ ଛାଡି ଦେଲେ ମୋଟାମୋଟି ଶାନ୍ତି ଶୃଙ୍ଖଳାରେ ପ୍ରଥମ ଦିନର ରଥଟଣା କାର୍ଯ୍ୟ ସମ୍ପାଦିତ ହୋଇଛି।ତେବେ ସମଗ୍ର ବଡ଼ଦାଣ୍ଡ ସହ ନିକଟବର୍ତ୍ତୀ ଅଞ୍ଚଳରେ ରଥ ଯାତ୍ରା ପାଇଁ ମୀନାବଜାର, ଦୋଳି, ବିଭିନ୍ନ ବ୍ୟବସାୟୀ ଓ ଉଠା ଦୋକାନୀ ମାନେ ପସରା ମେଳାଇଛନ୍ତି।ତେବେ ରଥଯାତ୍ରା ଅବସରରେ ଲାଗିଥିବା ମେଳାରେ ବ୍ୟାପକ ଭିଡ଼ ଲାଗିଥିବା ବେଳେ, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

