ବାରିପଦା,୨୦/୦୭(ପାଇକପୁଅ) ଓଡ଼ିଶା ବ୍ରାହ୍ମଣ ମହାସଂଘ ମୟୂରଭଞ୍ଜ ଶାଖା ତରଫରୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରା ସମୟରେ ଭକ୍ତବୃନ୍ଦଙ୍କୁ ଦୁଇଦିନଧରି ଘୋଳଦହି ସର୍ବତ ବିତରଣ ସେବାକାର୍ଯ୍ୟ ସମ୍ପନ୍ନ ହୋଇଛି। ବ୍ରାହ୍ମଣ ମହାସଂଘ ମୟୂରଭଞ୍ଜ ଶାଖାର ସଭାପତି ପଣ୍ଡିତ ଅଲେଖ ରଞ୍ଜନ ପାଠୀ ଓ ସାଧାରଣ ସମ୍ପାଦକ ଡ଼ା. ଆଦିତ୍ୟ କୁମାର ପଣ୍ଡା, ବରିଷ୍ଠ ସଦସ୍ୟ ବିପିନ ବିହାରୀ ଦାଶଙ୍କ ଉଦ୍ୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମହାସଂଘର ଆଜୀବନ ସଦସ୍ୟ ପ୍ରମୋଦ କୁମାର ପାଣିଗ୍ରାହୀ, ମହାସଂଘର ବେତନଟୀ ମଣ୍ଡଳ କୋଷାଧ୍ୟକ୍ଷ ଜନ୍ମେଜୟ ଭଟ୍ଟ, ଆଜୀବନ ସଦସ୍ୟ ରାଧାକୃଷ୍ଣ ପଣ୍ଡା, ସଞ୍ଜିବ କୁମାର ମିଶ୍ର, ଅଧ୍ୟାପକ ଅଭିଷେକ ପଣ୍ଡା, କୀର୍ତ୍ତି ଚନ୍ଦ୍ର ପାତ୍ର, ଦେବବ୍ରତ ପାତ୍ର, ବିମଳ କୁମାର ମହାପାତ୍ର, ସନତ ଦାସ, କୀର୍ତ୍ତି ଚନ୍ଦ୍ର ପାତ୍ର, ଅପରାଜିତା ଦାଶ, ଲୀଳାବତୀ ଦେଇ, ବେତନଟୀ ମଣ୍ଡଳ କୋଷାଧ୍ୟକ୍ଷ ଜନ୍ମେଜୟ ଭଟ୍ଟ, ମାନସ କୁମାର ଆଚାର୍ଯ୍ୟ, ଉପସଭାପତି ଆଇନଜୀବି କ୍ଷେତ୍ରମୋହନ ପଣ୍ଡା, କୋଷାଧ୍ୟକ୍ଷ ଦୋଳଗୋବିନ୍ଦ ଦାଶ, ଦୁର୍ଗା ବାହିନୀ ସଭାନେତ୍ରୀ ପ୍ରୀତି ସୁଧା ତ୍ରିପାଠୀ, ସଦସ୍ୟା ପ୍ରଭାତୀ ପଣ୍ଡା, ସବିତା ରାଣୀଦାଶ, ସୁକନ୍ୟା ଦାଶ, ପ୍ରମୁଖ ଉପସ୍ଥିତ ରହି ସହଯୋଗ ତଥା ଶ୍ରମ ଦାନ କରିଥିଲେ।

