ଯୋଡ଼ା,୨୨/୦୪(ବିଜୟ ଜେନା)କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଵସ ଷ୍ଟାଣ୍ଡ ନିକଟରେ ଥିବା ଫ୍ଲାଇଓଭର ରାସ୍ତା କଡରେ ବିପଦଜନକ ଆବସ୍ତା ରେ ବସୁଥିବା ଉଠା ଦୋକାନୀଙ୍କୁ ପୌରପାଳିକା ତରଫରୁ ସ୍ଥାନାନ୍ତରିତ ବେଳେକେତେଜଣ ବ୍ୟବସାୟୀ ପୌର କର୍ମଚାରୀଙ୍କୁ ଠେଲା ପେଲା ସହ ଦୁର୍ବ୍ୟବହାର କରୁଥିବା ନେଇ ପୌରପାଳିକା ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଅଭିଯୋଗ ମୁତାବକ କିଛି ମାସ ହେବ ଉଠା ଦୋକାନୀମାନେ ଫ୍ଲାଇଓଭର ସର୍ଭିସ ରୋଡ଼ ଉପରେ ଅସୁରକ୍ଷିତ ଅବସ୍ଥାରେ ଦୋକାନ ବସାଉଥିଲେ।ଯାହା ଫଳରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜିବା ସହ ଦୁର୍ଘଟଣାର କାରଣ ପାଲଟୁ ଥିଲା।ଏ ନେଇ ପୂର୍ବରୁ ବିଭିନ୍ନ ଗଣ ମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା।ତେବେ ଲୋକଙ୍କ ସୁରକ୍ଷା ଏବଂ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଯୋଡା ପୌରପାଳିକା ତରଫରୁ ଅନ୍ୟ ଏକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରାଯାଇ ସମସ୍ତ ସୁବିଧା ଯୋଗେଇ ଦିଆଯାଇ ଥିଲା।କିନ୍ତୁ କିଛି ଅମାନିଆ ବେପାରୀ ବାରମ୍ବାର ରାସ୍ତା କଡ଼ରେ ଦୋକାନ ଖୋଲିବା ଯୋଗୁଁ ତାଙ୍କୁ ଗତ ୨୧ ତାରିଖ ଦିନ ପତ୍ର ସଂଖ୍ୟା-୧୫୯୫ ମାଧ୍ୟମରେ ସେଠାରୁ ଉଠିବା ପାଇଁ ନୋଟିସ କରିଥିଲେ।ନୋଟିସ ଆଧାରରେ ବୁଧବାର ସକାଳ ପ୍ରାୟ ୬.୩୦ ସମୟରେ ପୌରପାଳିକା ତରଫରୁ ପୋଲିସ ଉପସ୍ଥିତରେ ତାଙ୍କୁ ବିପଦଜନକ ଅବସ୍ଥାରୁ ଉଠେଇ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କୁହାଯାଇଥିଲା। ସେତିକି ବେଳେ ସେମାନଙ୍କ ମଧ୍ୟରୁ ବୀଣା ପାତ୍ର,ନୃସିଂହ ଗିରି,ସୁଚିସ୍ମିତା ସେଠି, ଶାନ୍ତିଲତା, ଅମ୍ବିକା ଗିରି,ବିନତି ପାତ୍ର, ରଶ୍ମିତା ବେହେରା, ତୁଳସୀ କାରୁଆ, ରେବତୀ ବେହେରା, ସୁନିତା ନାଏକ,ପଦ୍ମିନୀ ପାତ୍ର ଏବଂ ତାଙ୍କ ସାଥୀବିପ୍ଲବ ଜେନା ନାମକ କର୍ମଚାରୀଙ୍କୁ ଟଣା ଓଟରା କରିବା ସହ ଫୋନ ଛଡ଼େଇବାକୁ ଉଦ୍ୟମ କରି ତାଙ୍କ ଆଙ୍ଗୁଠିରୁ ସୁନା ମୁଦି ନେଇଯାଇଥିଲେ।ସେଠାରେ ଉପସ୍ଥିତ ଥିବା ପୋଲିସ ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।ଘଟଣା ର କିଛି ସମୟ ପରେ ପ୍ରାୟ ୧୧.୩୦ ସମୟରେ ଉକ୍ତ ଲୋକେ ପୌରପାଳିକା କାର୍ଯ୍ୟାଳୟ କୁ ଆସି ଗାଳି ଗୁଲଜ କରିଥିଲେ। ତେବେ ଅଭିଯୋଗ ପାଇ ପୋଲିସ କେସ ନମ୍ବର ୧୪୭/୨୬ ଅଧାର ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
