ଯୋଡ଼ା, ୨୧/୦୪(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳ ରେ ପୁରାତନ ଯୋଡ଼ା ଟ୍ରକ୍ ଓନର ଆସୋସିଏସନ୍ (ଜେ ଟି ଓ ଏ) ର ସଦସ୍ୟମାନେ ବହୁ ସଂଖ୍ୟାରେ ଏକଜୁଟ ହୋଇ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଟ୍ରକ୍ ମାଲିକ ସଂଘର ପ୍ରମୂଖ କାର୍ଯ୍ୟକର୍ତ୍ତା ଯଥା ସଭାପତି ଓ ସମ୍ପାଦକଙ୍କ ଦେଖା ମିଳିନଥିଲା, ଉଭୟ କାର୍ଯ୍ୟ କର୍ତ୍ତାଙ୍କୁ ସଂଘର ସଦସ୍ୟ ଗାଡ଼ି ମାଲିକମାନେ ଫୋନ୍ କରି ଡ଼ାକି ଥିଲେବି ସେମାନେ ଆସିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଗାଡ଼ି ମାଲିକମାନେ ଲୋଡିଙ୍ଗ ଶ୍ଳିପ୍ (ଡି ଓ) ରୁ ବଞ୍ଚିତ ହେଉଥିବାରୁ କାର୍ଯ୍ୟକର୍ତ୍ତାଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ। ଆଜି ୨୧ଅପ୍ରେଲ ମଙ୍ଗଳ ବାର ମାଲିକଙ୍କର ବହୁ ସମସ୍ୟା ଉପରେ ଆଲୋଚନା କରିବାକୁ ଗତ କାଲି ୨୦ଅପ୍ରେଲ ରେ ( ଜେଟିଓ) ଗ୍ରୁପ୍ ରେ ସୂଚନା ପ୍ରଦାନ କରାଯାଇଥିବା ସଂଘ ସଦସ୍ୟ ମହେଶ ସିଂ ଜଣାଇଥିଲେ। ଜଣାଇବା ସତ୍ୱେ ସଂଘ କାର୍ଯ୍ୟକର୍ତ୍ତା କୋଷାଧ୍ୟକ୍ଷ ରାଜେଶ ରୋଶନଙ୍କ ବ୍ୟତୀତ ଆଉ କେହି ଉପସ୍ଥିତ ନଥିଲେ । ଗାଡ଼ି ମାଲିକମାନେ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟାରେ ଜଣାଇଛନ୍ତି କି, ସେମାନେ ଦୀର୍ଘ ଦିନରୁ ଆସୋସିଏସନ୍ ର ସଭାପତି ଓ ସମ୍ପାଦକଙ୍କ ମନ ଇଚ୍ଛା ଡିଓ କାରବାର ଯୋଗୁଁ ଗାଡ଼ି ମାଲିକ ଠିକ୍ ଢ଼ଙ୍ଗରେ ଲୋଡ଼ିଙ୍ଗ୍ ପାଇପାରୁ ନାହିଁ, ଯାହା ଫଳରେ ଦୈନଦିନ ଅତି ଦହନୀୟ ଅବସ୍ତାରେ ଗତି କରୁଛି। ଗାଡ଼ିର ଭଡ଼ା ଦିନକୁ ଦିନ କମ୍ ହେବାରେ ଲାଗିଛି, ଗାଡ଼ି ଓନର ଏଥିରେ ଆପତି ଅଭିଯୋଗ କଲେବି କର୍ମକର୍ତ୍ତା ସାମାନ୍ୟତମ ଦରଦ ପ୍ରଦର୍ଶନ ମଧ୍ଯ କରୁନାହାନ୍ତି। ଗାଡ଼ି ମାଲିକ ମାନଙ୍କ କହିବା କଥା ଏମାନେ ଟନ୍ ପିଛା ନିଜର ଫିକ୍ସ କରି ଦେଇଛନ୍ତି, ଯାହା ଫଳରେ ନୀରବ ରହିବା ଛଡ଼ା ତାଙ୍କ ପାଖରେ ଅନ୍ୟ କିଛି ଉତ୍ତର ନାହିଁ। ଟ୍ରାନ୍ସପୋର୍ଟରୁ ଗୋଟିଏ ରେଟ୍ ଥରେ ଆସୁଛି ପରେ ତାହା କମ୍ ରେଟ ହେଇ ଯାଉଛି କିମିତି ଏମିତି ବିଭିନ୍ନ ପ୍ରଶ୍ନ କରିଛନ୍ତି। ଟ୍ରାନ୍ସପୋଟର ଭଡ଼ା ପେମେଣ୍ଟ କରିବାକୁ ଦୀର୍ଘ ସମୟ ନେଉଥିବା ବେଳେ ନିଜ ଅଫିସ୍ ରେ ଚାଲାଣ ଡିସ୍ କାଉଣ୍ଟ କଲେ ସଂଗେସଂଗେ ପେମେଣ୍ଟ୍ ମିଳିଯାଉଛି। ଏହା ଉପରେ ଆଲୋଚନା କରିବାକୁ କହିଲେ କର୍ମକର୍ତ୍ତା ନିରବ କାହିଁକି?।୧୦୦%( ପ୍ରତିଶତ )ଡିଓ ରୁ ସଦସ୍ୟ ମାନଙ୍କ ଅବଗତି ନିମନ୍ତେ ୨୦% ଦେଇ ୮୦% ପ୍ରମୁଖ କାର୍ଯ୍ୟ କର୍ତ୍ତା ମାନେ ନିକ ନିଜ ଅଫିସ ରୁ ବାଣ୍ଟିବା ଓ ବିକିବା କାମ କରୁଥିବା ଗଣ ମଧ୍ୟମରେ ପ୍ରକାଶ କରିଛନ୍ତି। ସେମିତି ଗୋଟିଏ ଜାଗାର ଭଡ଼ା ଥରେ ୧୦୦ଟଙ୍କା ରେଟ ଆସିବା ପରେ ତାହା ୮୦/୯୦ କେମିତି ଆପେ ଆପେ ହୋଇଯାଏ ତାହା ମାଲିକ ମାନେ କହିଛନ୍ତି। ସୁଚନା ଥାଉକି ଗାଡ଼ି ଓନର କହିବା କଥା କର୍ମକର୍ତ୍ତା ମାନେ ଏହାର ସମାଧନ ନକଲେ ଆମେ ଅନଶନ ଜାରି ରଖିବୁ।
